ଶାହାରୁଖଙ୍କ ଫିଲ୍ମ 'ଜୱାନ'ର ଫାଷ୍ଟ ଡେ' ଫାଷ୍ଟ ସୋ'ଦେଖିବେ ସଲମାନ
Salman Khan Praise Jawan Prevue: ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବନ୍ଧୁତା ଖୁବ ଖାସ । କିଛି ସମୟ ପାଇଁ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ସୁନ୍ଦର ବନ୍ଧୁତା । ଉଭୟ ପରସ୍ପରଙ୍କର ଅଭିନୟ, ଫିଲ୍ମର ଅନେକ ଥର ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳିଥାଏ ।
ବର୍ତ୍ତମାନ ସଲମାନ କିଙ୍ଗ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'ଜୱାନ'ର ଟ୍ରେଲର ଖୁବ ପ୍ରଶଂସା କରିଛନ୍ତି । ଏପରିକି ପ୍ରଥମ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ଦେଖିବାକୁ ଯିବେ ବୋଲି କହିଛନ୍ତି ଭାଇଜାନ । ସଲମାନ ତାଙ୍କ ଇନଷ୍ଟାଗ୍ରାମରେ 'ଜୱାନ'ର ପ୍ରିଭ୍ୟୁ ସେୟାର କରି ଏକ ରୋମାଞ୍ଚକ କ୍ୟାପସନ୍ ଲେଖିଛନ୍ତି ।

ଅଭିନେତା କ୍ୟାପସନରେ ଲେଖିଛନ୍ତି, 'ପଠାନ୍''ଜୱାନ' ସାଜିଛନ୍ତି । ସୁନ୍ଦର ଟ୍ରେଲର । ଏହା ଏପରି ଏକ ଚଳଚ୍ଚିତ୍ର ଯାହାକୁ ଆମେ କେବଳ ପ୍ରେକ୍ଷାଳୟରେ ଦେଖିବା ଉଚିତ୍ । ମୁଁ ନିଶ୍ଚିତ ଭାବରେ ପ୍ରଥମ ଦିନରେ ଏହି ଫିଲ୍ମକୁ ଦେଖିବା ପାଇଁ ଯିବି । ଆପଣ ମାନେ ମଧ୍ୟ ସିନେମାର ମଜା ନିଅନ୍ତୁ ।
ଶାହାରୁଖଙ୍କ ଫିଲ୍ମ 'ଜୱାନା' ସେପ୍ଟେମ୍ବର ୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଦୀପିକା ପାଦୁକୋନ, ନୟତାରା, ବିଜୟ ସେଥୁପଥି ମଧ୍ୟ ନଜର ଆସିବେ। ଏହାପୂର୍ବରୁ ଅଭିନେତା ଶାହାରୁଖା ଖାନଙ୍କ ଫିଲ୍ମ 'ପଠାନ' ସୁପରହିଟ୍ ହୋଇଥିଲା । ପଠାନରେ ଶାହରୁଖଙ୍କ ସହ ଦୀପିକା ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିଥିଲେ । ପଠାନର ସଫଳତା ପରେ ବର୍ତ୍ତମାନ କିଙ୍ଗ ଖାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ 'ଜୱାନା'କୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications