ସଲମାନ ଦେଲେ ନୋଟିସ୍:କହିଲେ କୌଣସି ଫିଲ୍ମ ପାଇଁ କରୁ ନାହିଁ କାଷ୍ଟ
Salman Khan Official Notice:ଅଭିନେତା ସଲମାନ ଖାନ ଚଳଚ୍ଚିତ୍ରରେ କାଷ୍ଟିଂ କାଉଚକୁ ନେଇ ଜାରି କଲେ ନୋଟିସ୍ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ,ତାଙ୍କ ପ୍ରଡକ୍ସନ୍ କମ୍ପାନୀ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହିଁ ।
ସଲମାନ ଖାନଙ୍କ ପୋଷ୍ଟ
ସଲମାନ ଖାନ ପୋଷ୍ଟ ସେୟାର କରି ଲେଖିଛନ୍ତି, ସଲମାନ ଖାନ କିମ୍ବା ସଲମାନ ଖାନ ଫିଲ୍ମ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରୁନାହାଁନ୍ତି । କୌଣସି ଫିଲ୍ମ ପାଇଁ ଆମେ କାଷ୍ଟିଂ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇନାହୁଁ। ଯଦି ଆପଣଙ୍କୁ କାଷ୍ଟିଂ ସମ୍ବନ୍ଧୀୟ କୌଣସି ମେଲ୍ କିମ୍ବା ବାର୍ତ୍ତା ଆସୁଛି ତେବେ ବିଶେଷ ଧ୍ୟାନ ଦିଅନ୍ତୁ ନାହିଁ । ତେବେ ଭବିଷ୍ୟତରେ କେହି ଯଦି ସଲମାନ ଖାନ ଏବଂ ସଲମାନ ଖାନ ଫିଲ୍ମର ନାମକୁ ଭୁଲ ଉପାୟରେ ବ୍ୟବହାର କରୁଥିବା ଦେଖିବାକୁ ମିଳେ, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପୂର୍ବରୁ 2020ରେ ମଧ୍ୟ ଏପରି ଗୁଜବ ସୃଷ୍ଟି ହୋଇଥିଲା ଯେ, ସଲମାନ ଖାନ ନିଜ ଫିଲ୍ମ ପାଇଁ କାଷ୍ଟିଂ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ଏପରିକି ସେତେବେଳେ ମଧ୍ୟ ସଲମାନ ଖାନ ଏହି ସବୁ ଖବରକୁ ଗୁଜବ ବୋଲି କହିଥିଲେ। ଅଭିନେତା କହିଥିଲେ ଯେ, ଏଭଳି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ବର୍ତ୍ତମାନ ସଲାମାନ ଖାନ ରିଆଲିଟି ସୋ ବିଗ୍ ବସ୍ 'OTT 2'ହୋଷ୍ଟ କରୁଛନ୍ତି ଏହି ସପ୍ତାହରେ ସଲମାନ ଖାନଙ୍କୁ ୱିକେଣ୍ଡ କା ଭାରରେ ଦେଖିବାକୁ ମିଳି ନଥିଲା।
Official Notice! pic.twitter.com/uIvAQgYbwl
— Salman Khan (@BeingSalmanKhan) July 17, 2023
ନିକଟରେ ଅଭିନେତାଙ୍କୁ ଫିଲ୍ମ 'କିସି କା ଭାଇ ଭାଇ କିସି କି ଜାନ'ରେ ଦେଖିବାକୁ ମିଳିଥିଲା । ସମାଲୋଚକମାନେ ଫିଲ୍ମକୁ କମ୍ ରେଟିଙ୍ଗ୍ ଦେଇଥିଲେ ହେଲେ ସଲମାନଙ୍କ ଫ୍ୟାନ୍ସ ଫିଲ୍ମର ପ୍ରଶଂସା କରିଥିଲେ । ଆଗକୁ ଦବଙ୍ଗ ଖାନ ଫିଲ୍ମ 'ଟାଇଗର 3'ରେ ନଜର ଆସିବେ ।ବର୍ତ୍ତମାନ ଫିଲ୍ମର ସୁଟିଂ ଚାଲିଛି । ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲରେ କ୍ୟାଟ୍ରିନା କୈଫ୍ ଏବଂ ଇମ୍ରାନ ହାଶମୀ ମଧ୍ୟ ନଜର ଆସିବେ ।












Click it and Unblock the Notifications