ଫିଲ୍ମ ‘ରାଧେ’ରୁ ହଟିଲା 21ଟି ସିନ୍ : ରିଲିଜ୍ ପୂର୍ବରୁ କାହିଁକି ସଲମାନ ନେଲେ ଏଭଳି ପଦକ୍ଷେପ ଜାଣନ୍ତୁ
ସିବିଏଫସି କୌଣସି କଟ୍ ବିନା ଫିଲ୍ମକୁ ପାସ୍ କରିବା ପରେ ବର୍ତ୍ତମାନ ସଲମାନ ନିଜେ ଫିଲ୍ମର ମୋଟ 21ଟି ସିନ୍ ବା ଦୃଶ୍ୟକୁ କଟ୍ କରିଛନ୍ତି
ମୁମ୍ବାଇ: ଆସନ୍ତା 13 ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଯାଇଛି ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ 'ରାଧେ'। କୋଭିଡ୍ ପାଇଁ ହଲରେ ଫିଲ୍ମକୁ ଦେଖି ହେବନାହିଁ। ତେଣୁ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ। ଇତିମଧ୍ୟରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର। ଗତ ମାସରେ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ବିନା କୌଣସି କଟରେ ଥିଏଟର ସ୍କ୍ରିନିଂ ପାଇଁ ୟୁଏ ସାର୍ଟିଫିକେଟ୍ ଦେଇଥିଲା। ସିବିଏଫସି କୌଣସି କଟ୍ ବିନା ଫିଲ୍ମକୁ ପାସ୍ କରିବା ପରେ ବର୍ତ୍ତମାନ ସଲମାନ ନିଜେ ଫିଲ୍ମର ମୋଟ 21ଟି ସିନ୍ ବା ଦୃଶ୍ୟକୁ କଟ୍ କରିଛନ୍ତି। ଯେଉଁଥିରୁ ଛୋଟ ପିଲାର ଡ୍ରଗ୍ସ ସିନ୍ସକୁ ସଲମାନ ହଟାଇ ଦେଇଛନ୍ତି।

ଫିଲ୍ମରେ କିଛି ଦୃଶ୍ୟ ଏମିତି ଥିଲା ଯେଉଁଥିରେ ଛୋଟ ପିଲା ଡ୍ରଗ୍ସ ନେଉଥିବାର କାହାଣୀ ପର୍ଯ୍ୟବେଶିତ କରାଯାଇଥିଲା। ଏହିପରି ପ୍ରାୟ ଅନେକ ଦୃଶ୍ୟକୁ ନିର୍ମାତା ଫିଲ୍ମରୁ ହଟାଇ ଦେଇଛନ୍ତି। କେନ୍ଦ୍ରୀୟ ବୋର୍ଡ କୌଣସି ପ୍ରକାରର ଡ୍ରଗ୍ସ ସମ୍ବନ୍ଧୀୟ ଫିଲ୍ମକୁ ସ୍କ୍ରିନ କରିବାକୁ ଅନୁମତି ଦିଏ ନାହିଁ। ଅନେକ ଗୁଡିଏ ସିନ୍ କଟ୍ ପରେ ଏବେ 12 ବର୍ଷରୁ କମ୍ ପିଲା ମଧ୍ୟ ଏହି ଫିଲ୍ମ ଦେଖିପାରିବେ।
ସୂଚନା ଅନୁସାରେ, ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ସହ ଦିଶା ପଟାନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ସେହିପରି ରିଲିଜ ହୋଇଥିବା ଫିଲ୍ମର କିଛି ଗୀତ ୟୁଟ୍ୟୁବରେ ଚହଳ ସୃଷ୍ଟି କରୁଛି।












Click it and Unblock the Notifications