ଚହଳ ସୃଷ୍ଟି କଲା ସଲମାନଙ୍କର ନୂଆ ଲୁକ୍, ସୁଟ୍-ବୁଟ୍ ଛାଡି ହଠାତ୍ ଏପରି ଅନ୍ଦାଜ୍, ଫ୍ୟାନ୍ସଙ୍କୁ କଲା ଆଶ୍ଚର୍ଯ୍ୟ

ଚହଳ ସୃଷ୍ଟି କଲା ସଲମାନଙ୍କର ନୂଆ ଲୁକ୍, ସୁଟ୍-ବୁଟ୍ ଛାଡି ହଠାତ୍ ଏପରି ଅନ୍ଦାଜ୍ ଫ୍ୟାନ୍ସଙ୍କୁ କଲା ଆଶ୍ଚର୍ଯ୍ୟ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ସଲମାନ ଖାନ । ନିଜ ଆଗାମୀ ଚଳଚ୍ଚିତ୍ର ବ୍ୟତୀତ 'ବିଗ୍ ବସ୍ 16' ରେ ବିଜି ଅଛନ୍ତି । ଦୀର୍ଘ ସମୟ ଧରି ପ୍ରଶଂସକମାନେ ଭାଇଜାନଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଆସନ୍ତା ବର୍ଷ ସୁଲତାନ 'ଟାଇଗର ୩' 'ଏବଂ' କିସି କା ଭାଇ କିସି କି ଜାନ ' ପରି ଫିଲ୍ମ ସହିତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଏହାରି ମଧ୍ୟ ଦବଙ୍ଗ ଖାନଙ୍କ ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି । ସଲମାନଙ୍କୁ ଏପରି ଅନ୍ଦାଜ୍ ହୁଏ ତ ପ୍ରଥମ ଥର ଦେଖିବା ପାଇଁ ମିଳିଛି । ତାଙ୍କର ଏହି ଭିନ୍ନ ଷ୍ଟାଇଲ ପ୍ରଶଂସକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ସମସ୍ତେ ଏବେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଭାଇଜାନଙ୍କର ଏହି ଅନ୍ଦାଜ କେଉଁ ସିନେମାରେ ଦେଖିବା ପାଇଁ ମିଳିବ । ସୋସିଆଲ ମିଡିଆରେ ଲଗାତାର ସଲମାନଙ୍କୁ ଏ ନେଇ ପ୍ରଶ୍ନ ମଧ୍ୟ କରାଯାଉଛି ।

Salman Khan

ସଲମାନ ଖାନଙ୍କୁ ଫଲୋ କରୁଥିବା ଫ୍ୟାନ୍ସ ତାଙ୍କର ପ୍ରତିଟି ଅପଡେଟ୍ ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ ସଲମାନ ଖାନଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ବାସ୍ତବରେ, ସଲମାନ ଖାନଙ୍କ ଏହି ଭିଡିଓ ମାନଭ ମଙ୍ଗଲାନି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ 'ଟାଇଗର ୩' 'ଷ୍ଟାରର ସଲମାନ ଖାନ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି ।

ସଲମାନ ଖାନଙ୍କ ନୂଆ ଲୁକ ଅନେକଙ୍କୁ ଆଶ୍ଟର୍ଯ୍ୟ କରିଥିବା ବେଳେ ଫ୍ୟାନ୍ସଙ୍କ ଉତ୍ସାହ ମଧ୍ୟ ବଢାଇ ଦେଇଛି । ସୁଟ୍-ବୁଟ ଛାଡି ହଠାତ୍ ଲୁଙ୍ଗି ପିନ୍ଧିବାର ବା କ'ଣ କାରଣ ହୋଇ ପାରେ । ସଲମାନଙ୍କର ଏ ଷ୍ଟାଇଲ୍ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି କାରଣ ସୁପରଷ୍ଟାରଙ୍କୁ ଏପରି ଅନ୍ଦାଜରେ ପ୍ରଥମ ଥର ଦେଖିବା ପାଇଁ ମିଳୁଛି । ଏଭଳି ପରିସ୍ଥିତିରେ ସଲମାନଙ୍କ ଏହି ନୂଆ ଲୁକ୍ କୌଣସି ଫିଲ୍ମ କିମ୍ବା କୌଣସି ଟିଭି ବିଜ୍ଞାପନ ପାଇଁ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

'ରାଧେ'ର OTT ରିଲିଜ୍ ହେବା ପରଠାରୁ ସଲମାନ ଖାନଙ୍କ କୌଣସି ବିଗ୍ ବଜେଟ୍ ଫିଲ୍ମ ରିଲିଜ୍ ହୋଇ ନାହିଁ । ଆସନ୍ତା ବର୍ଷ ସଲମାନ ଖାନଙ୍କ ଦୁଇଟି ବଡ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ପ୍ରଥମେ, ଏପ୍ରିଲରେ ଇଦ୍ ଅବସରରେ ସଲମାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ଏବଂ ପରେ ଦୀପାବଳି ଅବସରରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ରିଲିଜ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+