IFFI 2023: ଭିଡକୁ ମଧ୍ୟକୁ ଯାଇ ଫ୍ୟାନ୍ସଙ୍କୁ କିସ୍ କଲେ ସଲମାନ, ଭିଡିଓ ହେଲା ଭାଇରାଲ, ଲୋକେ କହିଲେ ଏପରି କାର୍ଯ୍ୟ

Salman Khan Kissing Video Viral: ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଫିଲ୍ମ ଟାଇଗର-3 ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଅଭିନେତାଙ୍କ ଫିଲ୍ମ ପ୍ରଶଂସକଙ୍କ ଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ନିକଟରେ ସଲମାନ ଗୋଆରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ପହଞ୍ଚିଥିଲେ।

ଯେଉଁଠି ନିଜ ମହିଳା ପ୍ରଶଂସକଙ୍କ ସହ ଅଭିନେତା ଏପରି କିଛି କରିଥିରେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବ ସହ କରୁଛି ଟ୍ରେଣ୍ତ । କିଛି ଲୋକ ଭାଇଜାନଙ୍କ ଏପରି ଅନ୍ଦାଜକୁ ପ୍ରଶଂସା କରୁଛନ୍ତି ସେହିପରି ଅଭିନେତାଙ୍କୁ ଏହି ଭାଇରାଲ ଭିଡିଓ ପାଇଁ କ୍ରମାଗତ ଭାବେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି ।

 Salman Khan

ଏହି ଇଭେଣ୍ଟରେ ସଲମାନ ଖାନ କଡ଼ା ସୁରକ୍ଷା ମଧ୍ୟରେ ପହଁଞ୍ଚିଥିଲେ ଯାହା ଅଭିନେତାଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଭିଡ ଏକତ୍ରିତ ହୋଇଥିଲା । ହେଲେ କ୍ୟାମେରା ଏପରି ଏକ ସିନକୁ ଫୋକସ କରିଥିଲା ଯାହା ପରବର୍ତ୍ତି ସମୟରେ ସୋସିଆଲ ମିଡିଆରେ କରିଥିଲା ରାଜ୍ । ସଲମାନ ଖାନ ସାମ୍ନାରେ ଥିବା ଭିଡ଼ ମଧ୍ୟକୁ ଯାଇ ଜଣେ ମହିଳାଙ୍କୁ ହଗ୍ କରିବା ସହ କିସ୍ ମଧ୍ୟ କରିଥିଲେ । ଅଭିନେତାଙ୍କର ଏହି ଭିଡିଓ କ୍ରମାଗତ ଭାବରେ ଇଣ୍ଟରନେଟରେ ଭାଇରାଲ ହେଉଛି ଏବଂ ଲୋକେ ଏଥିପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ସଲମାନ ଖାନ ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରବେଶ କରିବା ମାତ୍ରେ ସମସ୍ତେ ତାଙ୍କୁ ଦେଖିବାକୁ ଉତ୍ସାହିତ ହୋଇଥିଲେ। ଏହି ସମୟରେ ସଲମାନଙ୍କ ଆଖି ଜଣେ ମହିଳାଙ୍କ ଉପରେ ପଡିଥିଲା ​​ଏବଂ ସେ ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇ ତାଙ୍କ କପାଳରେ ଚୁମ୍ବନ ଦେଇଥିଲେ। ଏହା ପରେ ଅଭିନେତା ମସ୍ତିରେ ଆଉ ଥରେ ମହିଳା ଜଣଙ୍କୁ କିସ୍ କରିଥିଲେ । ଏହା ଦେଖି ମହିଳା ଏବଂ ପାଖରେ ଥିବା ଅନ୍ୟ ଲୋକମାନେ ମଧ୍ୟ ହସିବାକୁ ଲାଗିଥିଲେ ।

ସଲମାନ ଖାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଲୋକ ଅଭିନେତାଙ୍କ ଏହି କାର୍ଯ୍ୟକୁ ଭୁଲ ବୋଲି କହୁଥିବା ବେଳେ କିଛି ସଲମାନଙ୍କର କରୁଛନ୍ତି ପ୍ରଶଂସା । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଏହା ଏକ ନାଟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+