ଟାର୍ଗେଟରେ ସଲମାନ ! ବଢାଗଲା ସୁରକ୍ଷା ବ୍ୟବସ୍ଥା
ଟାର୍ଗେଟରେ ସଲମାନ ! ବଢାଗଲା ସୁରକ୍ଷା ବ୍ୟବସ୍ଥା
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ । ଦବଙ୍ଗ ଖାନଙ୍କ ପାଇଁ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ଅଛି । ପୂର୍ବରୁ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଯାହା ପରେ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଥିଲା । ନିକଟରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଟର ଜଣକ କହିଛି ଯେ ସଲମାନ ଖାନ ଗ୍ୟାଙ୍ଗଷ୍ଚାରଙ୍କ ଟାର୍ଗେଟରେ ଅଛନ୍ତି । ପଞ୍ଜାବ ଡିଜିପି ଗୌରବ ଯାଦବ ଏନେଇ ସୂଚନା ଦେଇଛନ୍ତି।

ପଞ୍ଜାବ ଡିଜିପି ଗୌରବ ଯାଦବ ସୂଚନା ଦେଇ କହିଛନ୍ତି ଏହି ଗ୍ୟାଙ୍ଗଷ୍ଟାରଙ୍କ ଟାର୍ଗେଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଅଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମଲାରେ ଗିରଫ ହୋଇଥିବା ଷଷ୍ଠ ସୁଟର କପିଲ ପଣ୍ଡିତକୁ ପଚରାଉଚରା ବେଳେ ସେ ପ୍ରକାଶ କରିଛି ଯେ ଲରେନ୍ସ ବିଷ୍ଣୋୟୀ ସଲମାନ ଖାନଙ୍କୁ ମାରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜୁନ୍ ମାସରେ ଅଜ୍ଞାତ ବ୍ୟକ୍ତି ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଚିଠି ଦେଇଥିଲେ । ୱାକରେ ଯାଇଥିବା ସମୟରେ ସଲିମ ଖାନଙ୍କୁ ଏପରି ଚିଠି ଦିଆଯାଇଥିଲା । ଏହି ଚିଠିରେ ଲେଖାଯାଇଥିଲା ଯେ ସଲମାନ ଓ ତାଙ୍କ ପିତା ସଲିମ ଖାନଙ୍କ ହତ୍ୟା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ହେବ । ଯାହା ପରେ ସୁଲତାନଙ୍କର ଓ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୨୦୧୮ରେ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲେ ଲରେନ୍ସ ବିଷ୍ଣୋୟୀ ।
ସେପଟେ ନିଜ ଫିଲ୍ମ ସୁଟିଂରେ ବିଜି ଅଛନ୍ତି ସଲମାନ । ତେଲୁଗୁ ଫିଲ୍ମ 'ଗଡ୍ ଫାଦର୍'ରେ ନଜର ଆସିବେ ଦବଙ୍ଗ ଖାନ । ସେହିପରି Kiska bhai kiski Jaan ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ଭାଇଜାନ୍ । ଏହିି ଚଳଚ୍ଚିତ୍ରରେ ସଲମାନଙ୍କୁ ଲମ୍ବା କେଶରେ ଦେଖିବା ପାଇଁ ମିିଳିବ । ନିକଟରେ ଏହା ଫାଷ୍ଟ ଲୁକ୍ ମଧ୍ୟ ରିଲିଜ୍ ହୋଇଯାଇଛି ।












Click it and Unblock the Notifications