ରିତେଶ ଦେଶମୁଖଙ୍କ ଫିଲ୍ମରେ କାମ କରିବେ ସଲମାନ ,ଆରମ୍ଭ ହେଲା ସୁଟିଂ

ରିତେଶ ଦେଶମୁଖଙ୍କ ଫିଲ୍ମରେ କାମ କରିବେ ସଲମାନSalman Khan is set to do a cameo in Riteish Deshmukh's directorial debut titled VEDରିତେଶ ଦେଶମୁଖଙ୍କ ଫିଲ୍ମରେ କାମ କରିବେ ସଲମାନ ,ଆରମ୍ଭ ହେଲା ସୁଟିଂ

ମୁମ୍ବାଇ:ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜିକାଲି କ୍ୟାମୋ ଭୂମିକା ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ବଲିଉଡର କିଙ୍ଗ ଖାନ ନିଶ୍ଚିତ କରିଥିଲେ ଯେ ତାଙ୍କ ଆଗାମି ଫିଲ୍ମ ପଠାନରେସଲମାନ କ୍ୟାମୋ ଭୂମିକାରେ ନଜର ଆସିବେ । ତେବେ ଏହା ମଧ୍ୟରେ ସଲମାନ ଖାନ ବଲିଉଡ ଅଭିନେତା ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ବେଦ ର ସୁଟିଂ ଆରମ୍ଭ କରିଛନ୍ତି ।ସୂଚନାଅନୁସାରେ ଖୁବ ଶୀଘ୍ର ରିତେଶ ଦେଶମୁଖଙ୍କର ଏକ ମହାନ ମରାଠୀ ଚଳଚ୍ଚିତ୍ର ବେଦ ଆସିବା ପାଇଁ ଯାଉଛି । ବିଶେଷ କଥା ହେଉଛି ଯେ ଏଥର ପ୍ରଥମ ଥର ରିତେଶ ଦେଶମୁଖ ଜଣେ ନିର୍ଦ୍ଦେଶକଭାବରେ କାମ କରିବେ । ବଲିଉଡର ସୁଲତାନ ସଲମାନ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ କ୍ୟାମୋ ଭୂମିକାରେ ନଜର ଆସିବେ । ରିତେଶ ଦେଶମୁଖ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେକିଛି ଫୋଟ ସେୟାର କରିଛନ୍ତି । ଯେଉଁଥିରେ ସଲମାନ ଖାନ ରିତେଶ ଦେଶମୁଖଙ୍କ ସହ ନଜର ଆସୁଛନ୍ତି । ଉଭୟ ଫିଲ୍ମ ଶୁଟିଂ କରୁଥିବା ବେଳର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରିତେଶ ଦେଶମୁଖଙ୍କ ଚଳଚ୍ଚିତ୍ର ବେଦରେ ଏକ ଗୀତରେ ସଲମାନ ଖାନଙ୍କୁ ଦେଖିବା ପାଇଁ ମିଳିବ । କେବଳ ଏତିକି ନୁହେଁ, ସଲମାନଙ୍କର ଦୁଇଟି ଆକ୍ସନ୍ ସିନ୍ ମଧ୍ୟ ରହିଛି । ରିତେଶ ଦେଶମୁଖଙ୍କ ଫିଲ୍ମ ବେଦରେ ସଲମାନ ଖାନଙ୍କ କ୍ୟାମୋ ବ୍ୟତୀତ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି'ସୁଜା ମୁଖ୍ୟ ଭୂମିକାରେ ନଜର ଆସିବେ । ସୂଚନାଯୋଗ୍ୟ ଏହାପୂର୍ବରୁ ସଲମାନ ଖାନ ୨୦୧୪ରେ ରିତେଶ ଦେଶମୁଖଙ୍କ ମରାଠୀ ଚଳଚ୍ଚିତ୍ର ଲୟ ଭାରୀରେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଥିଲେ।

SALMAN
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+