Get Updates
Get notified of breaking news, exclusive insights, and must-see stories!

ଏହି କ୍ରିକେଟରଙ୍କ ବିଗ୍ ଫ୍ୟାନ୍ ସଲମାନ ଖାନ, IPL'ରେ ଦେଖାଇବେ ଜଲୱା

Salman Khan: IPL 2025 ଆରମ୍ଭ ହେବାକୁ ଯାଉଛି। 22 ମାର୍ଚ୍ଚ 2025ରୁ ଆରମ୍ଭ ହେବ IPL । କ୍ରିକେଟ୍ ପ୍ରେମୀ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ, ସମସ୍ତେ ଆଇପିଏଲକୁ ନେଇ ଉତ୍ସାହିତ ଅଛନ୍ତି । ବଲିଉଡ ସେଲିବ୍ରିଟିମାନେ ମଧ୍ୟ IPLକୁ ନେଇ ବହୁତ ଉତ୍ସାହିତ ମନେ ହେଉଛନ୍ତି। ସେଲିବ୍ରିଟିମାନେ ନିଜର ପ୍ରିୟ ଦଳର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ବଲିଉଡ ଭାଇଜାନ ସଲମାନ ଖାନଙ୍କର ମଧ୍ୟ ଆଇପିଏଲ ପ୍ରତି ରହିଛି ଭଲ ପାଇବା ।

ସଲମାନ ଖାନ କହିଛନ୍ତି ଯେ ସେ ଆଇପିଏଲ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ପ୍ରିୟ ଖେଳାଳିଙ୍କ ବିଷୟରେ ମଧ୍ୟ କହିଛନ୍ତି। ସଲମାନ ଖାନ ମହେନ୍ଦ୍ର ସିଂହ ଧୋନିଙ୍କୁ ଖୁବ୍ ପସନ୍ଦ କରନ୍ତି ।

ସଲମାନ ଖାନ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ କିଛି ବିଶେଷ ଜିନିଷ ପସନ୍ଦ ଏବଂ ସେଥିପାଇଁ ସେ ତାଙ୍କ ପ୍ରିୟ। ସଲମାନ ଖାନ ଏବଂ ଏମଏସ ଧୋନିଙ୍କ ମଧ୍ୟରେ ଏକ ଭିନ୍ନ ଏବଂ ଖାସ ସମ୍ପର୍କ ଅଛି। ଗତ ବର୍ଷ ମହେନ୍ଦ୍ର ସିଂହ ଧୋନି ସଲମାନ ଖାନଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲେ।

salman khan

ସଲମାନ ଖାନ ମଧ୍ୟ ସୋସିଆଲ ମିଡିଆରେ ଏମଏସ ଧୋନିଙ୍କ ଜନ୍ମଦିନ ପାଳନର କିଛି ଫଟୋ ସେୟାର କରିଛନ ପୋଷ୍ଟ କରିଥିଲେ । ବର୍ତ୍ତମାନ ସଲମାନ ଖାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସଲମାନ ଖାନ କହୁଛନ୍ତି- ମୁଁ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ। ମୋତେ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟକ୍ତିତ୍ୱ ବହୁତ ପସନ୍ଦ। ସେ ଶାନ୍ତ, ୱିକେଟ୍ ନିଅନ୍ତି ଏବଂ ଅଧିକ ଶବ୍ଦ କରନ୍ତି ନାହିଁ । ଏମଏସ ଧୋନି ଅନ୍ୟମାନଙ୍କୁ ଅପମାନିତ କରନ୍ତି ନାହିଁ। ତାଙ୍କର ଶାନ୍ତ ଶୈଳୀ ମୋତେ ବହୁତ ପସନ୍ଦ। ତେବେ ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଏମଏସ ଧୋନିଙ୍କୁ ପସନ୍ଦ କରନ୍ତି। ଏମଏସ ଧୋନି ତାଙ୍କର ହେଲିକପ୍ଟର ସଟ୍ ସହିତ ସମସ୍ତଙ୍କୁ ପ୍ରଭାବିତ କରନ୍ତି।

ଆଇପିଏଲର ଏହି ସିଜିନରେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ଯାଦୁ ଦେଖିବାକୁ ମିଳିବ। ସେହିପରି ସଲମାନଙ୍କ ଫିଲ୍ମ ୩୦ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ଭାଇଜାନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+