BIGG BOSS OTT 2:ସଲମାନ ଖାନ କରିବେ ଓଟିଟିରେ ଏଣ୍ଟ୍ରି, ରିଲିଜ୍ ହେଲା ପ୍ରୋମୋ

BIGG BOSS OTT: ବଲିଉଡ ସୁପରଷ୍ଟାର ସଲମାନ ଖାନ ଟେଲିଭିଜନ୍ ଜଗତରେ ମଧ୍ୟ ବେଶ୍ ସଫଳତା ହାସଲ କରିଛନ୍ତି । ହିନ୍ଦୀ ସିନେମାର ଭାଇଜାନ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠୁ ବଡ ରିଆଲିଟି ସୋ 'ବିଗ୍ ବସ୍'ର ହୋଷ୍ଟ ଦୀର୍ଘ ଦିନ ହେବ କରିଆସୁଛନ୍ତି । ଯେଉଁଥି ପାଇଁ ସେ ଅତୁଳନୀୟ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

'ବିଗ୍ ବସ୍ OTT'ର ପ୍ରଥମ ସିଜନକୁ ସଲମାନ ଖାନ ନୁହେଁ ବରଂ କରଣ ଜୋହର ହୋଷ୍ଟ କରିଥିଲେ । ବିଗ୍ ବସ ଓଟିଟିକୁ ମଧ୍ୟ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଡବଲ୍ ଖୁସି ଖବର କାରଣ ଏଥର 'ବିଗ୍ ବସ୍ OTT 2' ମଧ୍ୟ ସଲମାନ ଖାନ ହିଁ ହୋଷ୍ଟ କରିବେ ।

'ବିଗ୍ ବସ୍ OTT 2' ର ପ୍ରଥମ ପ୍ରମୋ ରିଲିଜ୍ ହୋଇସାରିଛି । ଏହି ପ୍ରମୋରେ ସଲମାନ ଖାନ ବେଶ୍ ଷ୍ଟାଇଲିଷ୍ଟ ଲୁକରେ ନଜର ଆସୁଛନ୍ତି । ପ୍ରମୋ ଭିଡିଓରେ ଷ୍ଟ୍ରିମିଂ ପାର୍ଟନର ମଧ୍ୟ ପ୍ରକାଶ ପାଇଛି । ପ୍ରୋମୋ ରିଲିଜ୍ ହେବା ମାତ୍ରେ ପ୍ରଶଂସକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ଆଉ ଏଥର ସଲମାନ ଓଟିଟି ଦୁନିଆରେ ମଧ୍ୟ ରାଜ୍ କରିବା ପାଇଁ ହୋଇସାରିଛନ୍ତି ପ୍ରସ୍ତୁତ ।

salman khan

ଇଣ୍ଟରନେଟରେ ଭାଇରାଲ ହେଉଥିବା ପ୍ରୋମୋରେ ସୁପରଷ୍ଟାର କହୁଛନ୍ତି, "କ୍ରିକେଟ୍ ପରେ କଣ ଦେଖିବେ, ମନୋରଞ୍ଜନ କେବଳ ଜିଓ ସିନେମାରେ ଆଉ ତାହା ବି 24 ଘଣ୍ଟା, ମୁଁ ନେଇକି ଆସୁଛି ବିଗ୍ ବସ୍ OTT" । ଏହା ପରେ ପରଦାରେ ବିଗ୍ ବସ୍ ର ଟାଇଟଲ୍ ଦେଖିବା ପାଇଁ ମିଳୁଛି । ଏଥର ବିଗ୍ ବସ୍ OTT 2 ଭୁଟରେ ନୁହେଁ ବରଂ ଜିଓ ସିନେମାରେ ଷ୍ଟ୍ରିମିଂ ହେବ ।

କେବେ ବିଗ୍ ବସ୍ OTT 2 ଟେଲିକାଷ୍ଟ ହେବ
ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ OTT 2 ଜୁନ୍ 2023ରୁ ଆରମ୍ଭ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ ଏହି ଶୋ' 3 ମାସରୁ ଅଧିକ ସମୟ ଧରି ଚାଲିବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+