ଆମୀର ଖାନଙ୍କ ହାତରେ ସଲମାନଙ୍କ ଲକି ବ୍ରେସଲେଟ୍ ! ଜାଣନ୍ତୁ କ'ଣ କହୁଛନ୍ତି ଫ୍ୟାନ୍ସ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ସବୁବେଳେ ହାତରେ ନିଜ ଲକି ଫିରୋଜା ବ୍ରେସଲେଟ୍ ପିନ୍ଧିଥାନ୍ତି । ଫିଲ୍ମର ସୁଟିଂ ହେଉ କିମ୍ବା କୌଣସି ଇଭେଣ୍ଟରେ ଯୋଗଦେବା କଥା ହେଉ କେବେ ନିଜ ହାତରୁ ଏହି ବ୍ରେସଲେଟକୁ ଖୋଲନ୍ତି ନାହିଁ ଅଭିନେତା । ଆଉ ବର୍ତ୍ତମାନ ସଲମାନଙ୍କ ଟ୍ରେଣ୍ତ ଫଲୋ କରିବା ଆରମ୍ଭ କରିଦେଇଛନ୍ତି ଆମିର ଖାନ ।
ଆଜ୍ଞା ହିଁ ଏଥର ଦବଙ୍ଗ ଖାନଙ୍କ ପରି ଅଭିନେତା ଆମୀର ଖାନ ମଧ୍ୟ ଫିରୋଜା ବ୍ରେସଲେଟ ପିନ୍ଧିଥିବାର ନଜର ଆସିଛନ୍ତି। ଗତ କିଛି ଦିନ ହେବ ଆମୀର ଖାନଙ୍କ ହାତରେ ଏହି ଫିରୋଜା ବ୍ରେସଲେଟ୍ ଦେଖିବା ପାଇଁ ମିଳୁଛି । ତେବେ ଆପଣଙ୍କୁ ଆଉ ଏକ ଖାସ କଥା ଜଣାଇବା ପାଇଁ ଚାହିଁବୁ ଯେ, ପର୍ବରୁ ଆମୀର ଖାନଙ୍କୁ କୌଣସି ପାର୍ଟି କି ଇଭେଣ୍ଟରେ ଦେଖିବା ପାଇଁ ମିଳୁନଥିଲା ହେଲେ ଆଜି କାଲି ଅଭିନେତାଙ୍କୁ ପ୍ରତ୍ୟେକ ସ୍ଥାନରେ ସ୍ପଟ କରାଯାଉଛି ।

ନିକଟରେ ତାଙ୍କୁ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଇଦ୍ ପାର୍ଟୀରେ ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କୁ ଏହି ପାର୍ଟୀରେ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିଥିଲା। ତେବେ ଏସବୁ ମଧ୍ୟରେ ଗୋଟିଏ ଜିନିଷ ସବୁଠାରୁ ଭାଇରାଲ ହେବାରେ ଲାଗିଛି ଏବଂ ତାହା ହେଉଛି ଆମୀର ଖାନ ହାତରେ ପିନ୍ଧିଥିବା ଫିରୋଜା ବ୍ରେସଲେଟ୍ ।
ସୋସିଆଲ ମିଡିଆରେ ସଲମାନ ଖାନ ଓ ଆମୀର ଖାନଙ୍କର ଏକ ଫଟୋ ଭାଇରାଲ ହେଉଛି । ଫଟୋର ଭଭୟ ପରଷ୍ପରକୁ ହଗ୍ କରୁଥିବାରେ ଦେଖିବା ପାଇଁ ମିଳୁଛି । ସେହି ସମୟରେ ସଲମାନ ଖାନ ଆମୀର ଖାନଙ୍କ ହାତରେ ସମାନ ବ୍ରେସଲେଟ୍ ଦେଖିବା ପାଇଁ ମିଳିଥିଲା । ଏହି ନ୍ୟୁଜ୍ ପ୍ରକାଶ ପାଇବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ସେ ସଲମାନ ଖାନ ହିଁ ଆମୀର ଖାନଙ୍କୁ ନିଜ ଲକି ବ୍ରେସଲେଟ୍ ଉପହାର ଦେଇଛନ୍ତି । ହେଲେ ତେବେ ଆମୀର ଖାନଙ୍କ ଏହି ବ୍ରେସଲେଟ ପଛରେ ଥିବା ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications