ପୁଣି ସଲମାନଙ୍କୁ ହତ୍ୟା ଧମକ: ଫୋନରେ କହିଲେ ୩୦ ତାରିଖରେ କରାଯିବ ହତ୍ୟା
ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଜୀବନରୁ ମାରିବାର ମିଳିଲା ଧମକ । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥର କଲ୍ କରିଥିବା ବ୍ୟକ୍ତି ପୋଲିସ୍ କଣ୍ଟ୍ରୋଲ୍ ରୁମ୍କୁ କଲ କରି କହିଛିନ୍ତି ଯେ, ସେ ୩୦ ତାରିଖ ଦିନ ସଲମାନ ଖାନଙ୍କୁ ହତ୍ୟା କରିବେ । ସେ ନିଜ ପରିଚୟ ରକି ଭାଇ ଭାବେ ଦେଇଥିବା ବେଳେ ସେ ନିଜକୁ ଯୋଧପୁରର ଗୋରକ୍ଷକ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ସୋମବାର ରାତି ୯ ଟା ସମୟରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା ଯେଉଁଥିରେ କଲର ଜଣକ କହିଥିଲେ ସେ ଖୁବ ଶୀଘ୍ର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଯାଉଛନ୍ତି । ଯାହା ପରେ ମୁମ୍ବାଇ ପୋଲିସ ଆକ୍ସନ ମୋଡରେ । ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରତ୍ୟେକ ଦିଗରୁ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି ।

ଏହା ପୂର୍ବରୁ ସଲମାନ ଖାନଙ୍କୁ ଅନେକ ଥର ଜୀବନରୁ ମାରିବାର ଧମକ ମିଳିସାରିଛି । ଗତ ମାସରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ଖୋଲାଖୋଲି ଭାବେ କହିଥିଲେ ଯେ, ବର୍ତ୍ତମାନ ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କର ଏକ ମାତ୍ର ଲକ୍ଷ୍ୟ । ସେ ଆହୁରି କହିଥିଲେ ଯେ, ପିଲାଦିନରୁ ସଲମାନ ଖାନଙ୍କ ପାଇଁ ତାଙ୍କ ମନ କ୍ରୋଧରେ ଭରି ରହିଛି । ଆମ ଅଞ୍ଚଳକୁ ଆସି ଏକ ବ୍ଲାକବକକୁ ହତ୍ୟା କରିଛନ୍ତି ଏବଂ କ୍ଷମା ମାଗି ନାହାଁନ୍ତି। ଏବେ ତାଙ୍କୁ ବିକାନେର ଆମ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ପଡ଼ିବ ନଚେତ ମୁଁ ତାଙ୍କୁ ଏହାର ପରିଣାମ ଭୋଗିବା ପାଇଁ ପଡିବ ।
ସଲମାନଙ୍କୁ ଆସିଥିଲା ଧମକପୂର୍ଣ୍ଣ ଇମେଲ
ଲରେନ୍ସଙ୍କ ଏହି ଧମକ ପରେ ସଲମାନ ଖାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମଧ୍ୟ ମିଳିଥିଲା। ଏହି ଇମେଲରେ ଲେଖାଯାଇଥିଲା ଯେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ସଲମାନ ଖାନଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି । ଯଦି ସଲମାମ ଏହି ମାମଲା ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ଗୋଲ୍ଡିଙ୍କ ସହ ଏନେଇ ଆଲୋଚନା କରନ୍ତୁ ।
ଲଗାତାର ହତ୍ୟା ଧମକ ମିଳିବା ପରେ ଅଭିନେତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତାଙ୍କୁ Y ପ୍ଲସ ସୁରକ୍ଷା ଦିଆଯାଇଛି ।
ସେପଟେ ସଲମାନ ନିଜେ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ଏକ ମହଙ୍ଗା ଧଳା ରଙ୍ଗର ବୁଲେଟପ୍ରୁଫ୍ କାର କିଣିଛନ୍ତି ।












Click it and Unblock the Notifications