ସଲମାନଙ୍କୁ ହତ୍ୟା ଧମକ ପରେ ବଢିଲା ସୁରକ୍ଷା
ମହାରାଷ୍ଟ୍ରର ଗୃହ ବ୍ୟାପାର ବିଭାଗ ସୋମବାର ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ସୁରକ୍ଷାକୁ ମଜବୁତ କରିଛି।
ମୁମ୍ବାଇ : ମହାରାଷ୍ଟ୍ରର ଗୃହ ବ୍ୟାପାର ବିଭାଗ ସୋମବାର ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ସୁରକ୍ଷାକୁ ମଜବୁତ କରିଛି।

ଗୋଟିଏ ପଟେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ବିବାଦ ଥମି ନଥିବା ବେଳେ । ଏପଟେ ବଲିଉଡ ଷ୍ଟାର୍ ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ମିଳିଛି ହତ୍ୟା ଧମକ। ମୁମ୍ବାଇ ବାନ୍ଦ୍ରାରେ ଥିବା ତାଙ୍କ ଆପାର୍ଟମେଣ୍ଟ ନିକଟରୁ ଏକ ରବିବାର ସକାଳ 7.30 ସମୟରେ ଧମକପୂର୍ଣ୍ଣ ଚିଠି ମିଳିଛି । ସେଥିରେ ଲେଖା ହୋଇଥିଲା ଯେ, ସିଦ୍ଧୁ ମୁସେୱାଲା ପରି ତୁମର ଅବସ୍ଥା ହେବ ।
ମର୍ଣ୍ଣିଂ ୱାକ୍ ପରେ ସବୁଦିନ ଭଳି ସଲିମ ଖାନ ଯେଉଁଠି ବସନ୍ତି ସେଠାରୁ ଏହିଭଳି ଧମକପୂର୍ଣ୍ଣ ଚିଠି ମିଳିଛି । ଏନେଇ ବାନ୍ଦ୍ରା ଥାନା ପୋଲିସ ଏତଲା ଦାୟର କରି ତଦନ୍ତ ଆରମ୍ଭ କରିଛନ୍ତି । 2018ରେ ଏହି ଗ୍ୟାଙ୍ଗ ପକ୍ଷରୁ ସଲମାନ ଖାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।
କୃଷ୍ଣସାର ମୃଗ ଶିକାର ମାମଲା କୋର୍ଟରେ ଚାଲିଥିବା ବେଳେ ସଲମାନଙ୍କୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ । ବିଷ୍ଣୋଇ ସଂପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ବହୁତ ପବିତ୍ର ବୋଲି ମାନନ୍ତି । ଲରେନ୍ସ ବିଷ୍ଣୋଇ ଏବେ ତିହାର ଜେଲ୍ରେ ଅଛି । ଉତ୍ତର ଭାରତର ଅନେକ ରାଜ୍ୟରେ ତାର ଗ୍ୟାଙ୍ଗ ସକ୍ରିୟ ରହିଥିବାର କୁହାଯାଉଛି ।












Click it and Unblock the Notifications