୨ କୋଟି ଦିଅ ନହେଲେ ସଲମାନଙ୍କୁ ହତ୍ୟା
Salman Khan: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ସୂଚନା ରହିଛି । ଏଥିସହ 2 କୋଟି ଟଙ୍କା ମଧ୍ୟ ଡିମାଣ୍ତ କରାଯାଇଛି। ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ବାର୍ତ୍ତା ପଠାଯାଇଛି ଯେଉଁଥିରେ କୁହାଯାଇଛି ଯେ ଯଦି ଟଙ୍କା ନ ଦିଆଯାଏ ତେବେ ସଲମାନ ଖାନଙ୍କୁ ହତ୍ୟା କରାଯିବ। ଏହି ଧମକ ପାଇବା ପରେ ମୁମ୍ବାଇର ୱର୍ଲି ଜିଲ୍ଲା ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଜଣେ 20 ବର୍ଷ ବୟସ ଯୁବକଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି ଏବଂ ତାଙ୍କୁ ନୋଏଡା ପୋଲିସ ଗିରଫ କରିଛି । କୁହାଯାଉଛି ଯେ ସଲମାନ ଖାନ ଏବଂ ଜିଶାନ ସିଦ୍ଦିକିଙ୍କୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । ଧମକ ଦେଥିବା ବ୍ୟକ୍ତିଙ୍କୁ ନୋଏଡା ସେକ୍ଟର 39 ରୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର 12 ରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯେତେବେଳେ ବାବା ବାନ୍ଦ୍ରାସ୍ଥିତ ତାଙ୍କ ପୁଅଙ୍କ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ବିଷ୍ଣୌଇ ଗ୍ୟାଙ୍ଗ କହିଛନ୍ତି ଯେ ସଲମାନ ଖାନଙ୍କ ନିକଟତର ହୋଇଥିବାରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି ।












Click it and Unblock the Notifications