ନକଲି ଶାହାରୁଖ ଖାନଙ୍କୁ ଦେଖି ହସ୍ କଣ୍ଟ୍ରୋଲ କରି ପାରିଲେ ନାହିଁ ସଲମାନ ଖାନ
Salman Khan Funny Video: ଆଜିକା ତାରିଖରେ ଆପଣ ମାନେ ଅନେକ ଲୋକଙ୍କୁ ବଲିଉଡ ସେଲିବ୍ରିଟିଙ୍କ ନକଲ କରୁଥିବାର ଦେଖିବାକୁ ପାଉଥିବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ତେବେ ଏଥିରେ ଜଣେ ବ୍ୟକ୍ତିଙ୍କୁ କିଙ୍ଗ୍ ଖାନଙ୍କ ନକଲ କରୁଥିବାର ଦେଖିବା ପାଇଁ ମିଳୁଛି ଏବଂ ଖାସ କଥା ହେଲା ଯେ, ଏଥିରେ ତାଙ୍କ ସହ ସଲମାନ ଖାନଙ୍କୁ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଜଣେ ବ୍ୟକ୍ତିଙ୍କର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଶାହାରୁଖ ଖାନଙ୍କ ନକର କରୁଥିବାରେ ନଜର ଆସୁଛନ୍ତି । ଏପରିକି ତାଙ୍କ ଷ୍ଟାଇଲ୍, ତାଙ୍କ ଲୁକ୍ କିଛି ମାତ୍ରାରେ କିଙ୍ଗ୍ ଖାନଙ୍କ ପରି ମଧ୍ୟ ଦେଖାଯାଉଛି । ନିକଟରେ ଏହି ବ୍ୟକ୍ତି ଜଣକ ସଲମାନ ଖାନଙ୍କୁ ଭେଟିଥିଲେ, ଭାଇଜାନ ମଧ୍ୟ ତାଙ୍କ ଏପରି ଅନ୍ଦାଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।
ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଯେପରି ସଲମାନଙ୍କ ସାମ୍ନାରେ ଡାଇଲଗ୍ କହିବା ଆରମ୍ଭ କଲେ ଦବଙ୍ଗ ଖାନ ନିଜ ହସ କଣ୍ଟ୍ରୋଲ କରିପାରି ନଥିଲେ । ସଲମାନ ଖାନଙ୍କ ସହ ବ୍ୟକ୍ତି ଜଣକ ଭିଡିଓ ବନାଇବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ସଲମାନ ବାରମ୍ବାର ହସିବା କାରଣରୁ ସେ ଭିଡିଓ ବନାଇବାରେ ବିଫଳ ହୋଇଛନ୍ତି ।
ଉଭୟଙ୍କ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଉପରେ କମେଣ୍ଟ ଓ ଲାଇକ୍ସର ବର୍ଷା ହେଉଛି । ସଲମାନ ଖାନଙ୍କ ହସ ଏହି ଭଡିଓକୁ ଅଧିକ ଖାସ କରୁଛି । ଏହି ବର୍ଷ ଉଭୟ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି । ଚଳିତ ବର୍ଷ ଉଭୟଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଗୋଟିଏ ପଟେ ପଠାନ, ଜୱାନ ଅନେକ ବଡ ରେକର୍ଡ ଭାଙ୍ଗିଥିବା ବେଳେ ଅନ୍ୟ ପଟେ ସଲମାନଙ୍କ ଟାଇଗର 3 ମଧ୍ୟ ଜବରଦସ୍ତ ଆୟ କରିବାରେ ସଫଳ ହୋଇଛି ।












Click it and Unblock the Notifications