Salman Khan Secret: ସଲମାନ ଖାନ ଇଦ୍ ଏବଂ ରାକ୍ଷୀ ପର୍ବକୁ ପସନ୍ଦ କରନ୍ତି ନାହିଁ, ଜାଣନ୍ତୁ କାରଣ
Salman Khan Secret: ସଲମାନ ଖାନ ଜଣେ ମୁସଲମାନ ହୋଇପାରନ୍ତି, ହେଲେ ସେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦିଅନ୍ତି । ଦିୱାଲୀ ହେଉ କିମ୍ବା ଇଦ୍ ପ୍ରତ୍ୟେକ ଉତ୍ସବକୁ ବେଶ୍ ଧୂମଧାମର ସେଲିବ୍ରେଟ୍ କରନ୍ତି ସଲମାନ । ହେଲେ ଖବର ରହିଛି ଅଭିନେତା ରାକ୍ଷୀ ଏବଂ ଇଦ୍ ପର୍ବକୁ ଯମା ପସନ୍ଦ କରନ୍ତି ନାହିଁ । ହଁ, ସଲମାନ ନିଜେ ଏହା ପ୍ରକାଶ କରିଛନ୍ତି। ଏହା ପଛର କାରଣ ମଧ୍ୟ ରହିଛି ।
ବାସ୍ତବରେ, ଥରେ ETimes ସହିତ କଥା ହେବାବେଳେ ସଲମାନ ଖାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ପ୍ରକାଶ କରିଥିଲେ । ଏହି ସମୟ ମଧ୍ୟରେ ସେ ଇଦ୍ ଏବଂ ରାକ୍ଷୀ ପର୍ବକୁ ପସନ୍ଦ କରନ୍ତି ନାହିଁ ବୋଲି ମଧ୍ୟ କହିଥିଲେ। ସଲମାନ ଖାନ କହିଥିଲେ ଯେ, 'ସେ ସବୁବେଳେ ଇଦ୍ ଅଭିବାଦନ ଗ୍ରହଣ କରିଆସୁଛନ୍ତି। କିନ୍ତୁ ସତ କହିବାକୁ ଗଲେ ମୁଁ ଇଦ୍ ଏବଂ ରାକ୍ଷୀକୁ ସେ ଆଦୌ ପସନ୍ଦ କରେ ନାହିଁ।

ଅଭିନେତା କହିଛନ୍ତି, ଦୁଇଟି ଭଉଣୀ ଥିବାରୁ ଇଦ୍ ଏବଂ ରାକ୍ଷୀରେ ତାଙ୍କର ଅନେକ ଖର୍ଚ୍ଚ ହୋଇଥାଏ। ଉଭୟଙ୍କ ପାଇଁ ସଲମାନଙ୍କୁ ଖୁବ୍ ଗାଳି ମଧ୍ୟ ଶୁଣିବା ପାଇଁ ପଡିଥାଏ । ସଲମାନ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, 'ଯଦି ମୁଁ ତାଙ୍କୁ କିଛି କମ୍ ଦିଏ, ସେ କୁହନ୍ତି ତୁମେ ସଲମାନ ଖାନ, ଏଥିରେ କାମ ଚଳିବ ନାହିଁ।' ସଲମାନ କହିଛନ୍ତି ଯେ, 'ଯଦି ମୋର କୌଣସି ଚଳଚ୍ଚିତ୍ର ସେହି ସମୟରେ ସୁପରହିଟ୍ ହୋଇଯାଏ, ତେବେ ସେମାନେ ଲକ୍ଷରୁ କମ୍ ଟଙ୍କା ଡିମାଣ୍ତ କରନ୍ତି ନାହିଁ ।
ଏହି କାରଣରୁ ମୁଁ ଏହି ଦୁଇଟି ପର୍ବକୁ ପସନ୍ଦ କରେ ନାହିଁ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନ ଖାନଙ୍କୁ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମିଙ୍କ ସହ ଫିଲ୍ମ 'ଟାଇଗର 3' ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଅଭିନେତା ଖୁବ ଶୀଘ୍ର ସାଜିଦ ନାଦିଆଡୱାଲାଙ୍କ ଫିଲ୍ମ 'ସିକନ୍ଦର'ରେ ନଜର ଆସିବେ। କିଛି ସମୟ ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ ହୋଇଯାଇଛି ।












Click it and Unblock the Notifications