Salman Khan Death Threat: ପୁଣି ମଳିଲା ଧମକ, କ୍ଷମା ମାଗ ନଚେତ୍ କରାଯିବ ହତ୍ୟା

Salman Khan Death Threat: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପକ୍ଷରୁ ଧମକ ମିଳିଛି । ପୋଲିସ ମିଳିଥିବା ସୂଚନା ଅନୁସାରେ, ଏଥର ମଧ୍ୟ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲକୁ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି । ଏଥିରେ କୁହାଯାଇଛି ' ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା 5 କୋଟି ଟଙ୍କା ଦିଅନ୍ତୁ। ଯଦି ଆପଣ ଏପରି କରିବେ ନାହିଁ ତେବେ ଆପଣଙ୍କୁ ହତ୍ୟା କରାଯିବ, ଆମ ଗ୍ୟାଙ୍ଗ୍ ଏପର୍ଯ୍ୟନ୍ତ ସକ୍ରିୟ ଅଛି।

Salman Khan

ପୋଲିସ ଆହୁରି ମଧ୍ୟ କହିଛି ଯେ, ଗତକାଲି ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ସୂଚନା ମିଳିଥିଲା । ଏହା ପରେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ଏବଂ ବାର୍ତ୍ତା ପଠାଇଥିବା ବ୍ୟକ୍ତି ବିଷୟରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

କିଛି ଦିନ ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଥିଲା। ଏହି ମାମଲାରେ ପୋଲିସ ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ବଲିଉଡ ସୁପରଷ୍ଟାରଙ୍କ ଠାରୁ 2 କୋଟି ଟଙ୍କା ମାଗି ମୁମ୍ବାଇ ପୋଲିସର ଟ୍ରାଫିକ ହେଲ୍ପଲାଇନ ନମ୍ବରକୁ ଏକାଧିକ ହ୍ୱାଟ୍ସଅପ୍ ମେସେଜ ପଠାଇଥିବାରୁ ୱର୍ଲି ପୋଲିସ ଏକ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+