Get Updates
Get notified of breaking news, exclusive insights, and must-see stories!

ନିଜ ଜନ୍ମଦିନରେ ସଲମାନଙ୍କ ଦମଦାର ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ

Salman Khan Dance Video: ନିକଟରେ ସଲମାନ ଖାନ ନିଜର 59 ତମ ଜନ୍ମଦିନ ପାଳନ କରିଥିଲେ । ପ୍ରତି ବର୍ଷ ବେଶ୍ ଧୂମଧାମରେ ଭାଇଜାନ ନିଜ ବର୍ଥ ଡେ ସେଲିବ୍ରେଟ୍ କରିଥାନ୍ତି, ସେହିପରି ଫ୍ୟାନ୍ସଙ୍କ ପାଇଁ ଭାଇଜାନଙ୍କ ଜନ୍ମଦିନ କୌଣସି ଉତ୍ସବଠାରୁ କମ୍ ନୁହେଁ । ଏଥର ପ୍ରଥମେ ସଲମାନ ମୁମ୍ବାଇରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ପରେ ଜାମନଗର ଯାଇଥିଲେ ।

Salman Khan Dance Video

ସଲମାନ ଜାମନଗରରେ ମଧ୍ୟ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଯେଉଁଥିରେ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଉପସ୍ଥିତ ଥିଲେ । ଏହି ଉତ୍ସବର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସଲମାନ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ।

ସଲମାନ ଖାନଙ୍କ ଏହି ଡ୍ୟାନ୍ସର ଭିଡିଓ ଏକ ଫ୍ୟାନ୍ସ କ୍ଲବ ପେଜରେ ସେୟାର କରାଯାଇଥିଲା । ଯେଉଁଥିରେ ସେ ନିଜ ଗୀତ ଓ ଓ ଜାନେ ଜାନା ଗୀତ ଗାଇବା ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହ ଦର୍ଶକଙ୍କ ମନ ଜିଣୁଛି । ଭିଡିଓରେ ସଲମାନ ଖାନ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଭାଇରାଲ ଭିଡିଓରେ ସଲମାନ ମାଇକ୍ ଧରି ଗୀତ ଗାଇବା ସହ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ସହ ଦର୍ଶକଙ୍କୁ ଖୁବ ଇମପ୍ରେସ ମଧ୍ୟ କରୁଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସଲମାନ ଖାନ ଖୁବ୍ ଶୀଘ୍ର ଫିଲ୍ମ ସିକନ୍ଦରରେ ନଜର ଆସିବେ । ଇଦ୍ 2025 ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ନଜର ଆସିବେ। ଫିଲ୍ମରୁ ସଲମାନଙ୍କ ଲୁକ ମଧ୍ୟ ପ୍ରକାଶ ପାଇଛି, ଯାହାକୁ ଦର୍ଶକଙ୍କର ବେଶ ଭଲ ପାଇବା ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+