ସଲମାନ ଖାନଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି:ଖାରଜ ହେଲା ମାମଲା

salman khan

ମୁମ୍ବାଇ:ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା । ଭାଇଜାନଙ୍କୁ ମିଳିଲା ଆଶ୍ୱସ୍ତି । ଅନ୍ଧେରୀ ମେଟ୍ରୋପଲିଟନର କୋର୍ଟ ଜାରି କରିଥିବା ସମନକୁ ହାଇକୋର୍ଟରେ ଖାରଜ କରାଯାଇଛି । ୨୦୧୯ରେ ସଲମାନ ଅଶୋକ ପାଣ୍ତେ ନାମକ ଜଣେ ସାମ୍ବାଦିକଙ୍କୁ ଧମକ ଦେଇଥିବା ଏବଂ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେଙ୍କ ଏକକ ଖଣ୍ତପୀଠ ଏହି ମାମଲାର ବିଚାର କରି ଶୁଣାଣି କରିଛନ୍ତି । କେବେଳ ଭାଇଜାନ ନୁହଁନ୍ତି ତାଙ୍କ ଅଙ୍ଗରକ୍ଷୀ ନବାବ ଶେଖଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଇଛି ।

ସାମ୍ବାଦିକ ଅଶୋକ ପାଣ୍ତେ ପୋଲିସ ଷ୍ଟେସନରେ ସଲମାନ ଖାନଙ୍କର ଏକ ଭିଡିଓ ଦେଇ ଅଭିନେତା ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଯାହାକୁ ଦେଖାଇ ଦର୍ଶାଯାଇଥିଲା ଯେ ରାଗି ଯାଇ ଅଭିନେତା ଦୁର୍ବ୍ୟବହାର ସହ ଧମକ ଦେଇଥିଲେ ବୋଲି ।

୨୦୧୯ର ଏହି ମାମଲାରେ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ୨୨ ମାର୍ଚ୍ଚ ୨୦୨୨ରେ ସମନ ପଠାଇଥିଲେ । ଏହି ମାମଲାରେ ଅଭିନେତାଙ୍କ ବିରୋଧରେ ୫୦୪, ୫୦୬ ଧାରା ଅନୁସାରେ ମାମଲା ରୁଜୁ ହୋଇଥିଲା । ପରେ ଅଭିନେତା ଏହି ମାମଲାକୁ ଖାରଜ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୧୯ର ଏହି ମାମଲାକୁ ଖାରଜ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+