Salman Khan New SUV:ହତ୍ୟା ଧମକ ପରେ ସଲମାନ କିଣିଲେ ବୁଲେଟ୍ ଫ୍ରୁଫ୍ କାର୍
ମୁମ୍ବାଇ:ଗତ କିଛି ମାସ ମଧ୍ୟରେ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ଗ୍ୟାଙ୍ଗ ତରଫରୁ ଅନେକ ଥର ହତ୍ୟା ଧମକ ମିଳିସାରିଲାଣି । କ୍ରମାଗତ ଭାବେ ଧମକ ପାଇବା ପରେ ଅଭିନେତାଙ୍କୁ Y ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏହାରି ମଧ୍ୟରେ ଅଭିନେତା ନିଜ ସୁରକ୍ଷାର ପାଇଁ ନେଇଛନ୍ତି ଏକ ବଡ଼ ପଦକ୍ଷପ ।
ସଲମାନଙ୍କ ବୁଲେଟପ୍ରୁଫ୍ କାର ଭାରତୀୟ ବଜାରରେ ଉପଲବ୍ଧ ନାହିଁ
ସଲମାନ ଏକ ମହଙ୍ଗା ବୁଲେଟ୍ ପ୍ରୁଫ୍ କାର କିଣିଛନ୍ତି । ଅଭିନେତାଙ୍କୁ ଏକ ଦାମୀ ଧଳା କାରରେ ଯାତ୍ରା କରୁଥିବାର ଦେଖିବା ପାଇଁ ମିଳିଛି । ସଲମାନଙ୍କ ଏହି ମହଙ୍ଗା ଗାଡ଼ି ହେଉଛି ବୁଲେଟ୍ ପ୍ରୁଫ୍ ନିସାନ୍ ପେଟ୍ରୋଲ୍ ଏସୟୁଭି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କାର ବର୍ତ୍ତମାନ ଭାରତୀୟ ବଜାରରେ ଉପଲବ୍ଧ ନାହିଁ ଏବଂ ଅଭିନେତା ଏହି ଗାଡ଼ି ବିଦେଶରୁ ମଗାଇଥିବା ନେଇ ଖବର ରହିଛି ।

ସୂଚନା ଅନୁସାରେ, ସଲମାନ ଖାନଙ୍କ ଏହି ବୁଲେଟପ୍ରୁଫ କାରରେ B6 କିମ୍ବା B7 ସ୍ତରର ସୁରକ୍ଷା ରହିଛି । ବେଲିଷ୍ଟିକ୍ ସୁରକ୍ଷା ଏବଂ ୪୧ ମିମି ମୋଟା ଗ୍ଲାସରେ ନିର୍ମିତ ଏହି ଗାଡ଼ି ଉପରେ ହାଇ ପାୱର ରାଇଫଲରେ ଆକ୍ରମଣ ହେଲେ ମଧ୍ୟ ଗାଡ଼ି ଭିତରେ ବସିଥିବା ବ୍ୟକ୍ତିଙ୍କର କୌଣସି କ୍ଷତି ହେବ ନାହିଁ । ଖବର ଏହା ମଧ୍ୟ ରହିଛି ଯେ ଏହି ଗାଡ଼ି ଏବେ ସଲମାନ ଖାନଙ୍କ ପୂର୍ବ ଟୋୟୋଟା ଲାଣ୍ଡ କ୍ରୁଜର LC200ର ସ୍ଥାନ ନେବ । ଯାହାକୁ ନିକଟରେ ଅଭିନେତା ବୁଲେଟ୍ ପ୍ରୁଫ୍ କରାଇଥିଲେ । ଯାହାର ବଜାର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ।
ସୂଚନାଯୋଗ୍ୟ, ସଲମାନ ଖାନଙ୍କୁ ନିକଟରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହା ପୂର୍ବରୁ ଅଭିନେତାଙ୍କୁ ଏକ ଚିଠି ମଧ୍ୟ ପଠାଯାଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ, ତୁମର ମଧ୍ୟ ମୁସେୱାଲାଙ୍କ ପରି ସ୍ଥିତି ହେବ । ଯାହା ପରେ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ଏବଂ ମୁମ୍ବାଇ ପୋଲିସ ପକ୍ଷରୁ ଭାଇଜାନଙ୍କୁ ଏକ ବନ୍ଧୁକ ପାଇଁ ଲାଇସେନ୍ସ ମଧ୍ୟ ମିଳିଥିଲା । ଜେଲରେ ଥିବା ଲେରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ପରେ ଅଭିନେତା ନିଜ ସୁରକ୍ଷା ନେଇ ବର୍ତ୍ତମାନ ଚିନ୍ତାରେ ।












Click it and Unblock the Notifications