Get Updates
Get notified of breaking news, exclusive insights, and must-see stories!

ଲରେନ୍ସ ବିଷ୍ଣୋୟୀର ଧମକ ମଧ୍ୟରେ ସଲମାନଙ୍କ ବଡ଼ ବୟାନ, କହିଲେ ଯେତିକି ଦିନ ଭାଗ୍ୟରେ ଅଛି ସେତିକି ଦିନ ବଞ୍ଚିବି

Salman Khan: ଲରେନ୍ସ ବିଷ୍ଣୋୟୀର ଧମକ ମଧ୍ୟରେ ପ୍ରଥମ ଥର ସଲମାନ ଖାନଙ୍କ ବଡ଼ ବୟାନ ଆସିଛି । ଭାଇଜାନ କହିଛନ୍ତି, ଭଗବାନ ଯେତିକି ଦିନ ମୋ ଭାଗ୍ୟରେ ବଞ୍ଚିବା ପାଇଁ ଲେଖିଛନ୍ତି ସେତିକି ଦିନ ନିଶ୍ଚୟ ରହିବି । ସମୟ ନ ଆସିବା ପର୍ଯ୍ୟନ୍ତ କେହି କାହାକୁ ମାରି ପାରିବେ ନାହିଁ ।

ସଲମାନ ଖାନ ଇଦରେ ମୁକ୍ତିଲାଭ କରୁଥିବା ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ, ପ୍ରଥମ ଥର ପାଇଁ ସେ ଲରେନ୍ସ ଗ୍ୟାଙ୍ଗର ଆକ୍ରମଣ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଲେ, "ଭଗବାନ, ଆଲ୍ଲା ସବୁକିଛି ଦେଖୁଛନ୍ତି। ମୋର ଜୀବନକାଳ ଭାଗ୍ୟ ଅନୁସାରେ ରହିବ।

Salman Khan

ସଲମାନ ଖାନଙ୍କୁ ଅନେକ ଥର ଧମକ ମିଳିଛି ଏବଂ ଗତ ବର୍ଷ 2024 ମସିହାରେ ତାଙ୍କ ଘର ବାହାରେ କିଛି ଦୃବୁତ୍ତ ଗୁଳି ମାଡ଼ କରିଥିଲେ । ଯାହା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଯାହାକୁ ନେଇ ଅଭିନେତା କହିଛନ୍ତି, ସୁରକ୍ଷା ପାଇଁ ଫିଲ୍ମ ସୁଟିଂ ଓ ଘର ବାହରକୁ ଗଲେ ସମସ୍ୟା ହେଉଛି ।

ସଲମାନ ଖାନ ଏହା ମଧ୍ୟ କହିଛନ୍ତି ଯେ, ଏବେ ସେ କେବଳ ତାଙ୍କ ଘର ଏବଂ କାର୍ଯ୍ୟସ୍ଥଳ ମଧ୍ୟରେ ଯାତ୍ରା କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେତେବେଳେ ମୁଁ ପ୍ରେସ୍ ସହିତ ଥାଏ, ମୋର କୌଣସି ଚିନ୍ତା ନଥାଏ। କିନ୍ତୁ ଯେତେବେଳେ ମୁଁ ଏକୁଟିଆ ଥାଏ, ଅସୁବିଧା ବଢ଼ିଯାଏ। ଏବେ ମୋର ଜୀବନ ଗାଲାକ୍ସି ଆପାର୍ଟମେଣ୍ଟରୁ ସୁଟିଂ ସେଟ ପର୍ଯ୍ୟନ୍ତ ସୀମିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+