ସଲମାନ ଖାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପହଁଚିଲେ କିଙ୍ଗ୍ ଖାନ
ସଲମାନ ଖାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପହଁଚିଲେ କିଙ୍ଗ୍ ଖାନ
Salman Khan Birthday: ସଲମାନ ଖାନ ଆଜି ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି । ଗତକାଲି ରାତିରେ କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନ ମଧ୍ୟ ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ପହଁଚିଥିଲେ । ଏହି ସମୟରେ ଉଭୟ ଖାନ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ସୁପରଷ୍ଟାରଙ୍କୁ ଏକାଠି ଦେଖି ଫ୍ୟାନ୍ସଙ୍କର ଉତ୍ସାହ ମଧ୍ୟ ବଢିଯାଇଥିଲା ।

ସଲମାନ ଖାନ ଗତକାଲି ରାତିରେ ତାଙ୍କ ଜନ୍ମଦିନର ଏକ ଖାସ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସିନେମା ଜଗତର ବଡ଼ କଳାକାରଙ୍କୁ ଦେଖିବା ପାଇଁ ମିଳିଥିଲା । ସମସ୍ତ ତାରକା ବଲିଉଡର ସୁଲତାନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାକୁ ପହଁଚିଥିଲେ ।

ଏକା ସହିତି କ୍ୟାମେରା ଲେନସରେ କୟଦ ହୋଇଥିଲେ ଦୁଇ ଷ୍ଟାର । ଉଭୟ ଖାନ ପରସ୍ପରକୁ ଆଲିଙ୍ଗନ୍ କରି କଥାବାର୍ତ୍ତା ହେଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।

ବ୍ଲାକ ଆଉଟ୍ ଫିଟରେ ନଜର ଆସିଲେ ବଲିଉଡର ଦୁଇ ଦବଙ୍ଗ ଖାନ ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବଲିଉଡର କିଙ୍ଗ୍ ଖାନ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ବନ୍ଧୁତା ଖୁବ୍ ଖାସ । ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ସଲମାନ ଖାନଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ବିଳମ୍ବିତ ରାତିରେ ପାର୍ଟିରେ ପହଞ୍ଚିଥିଲେ ଶାହାରୁଖ ।
ପରସ୍ପରକୁ ଦୀର୍ଘ ସମୟ ପାଇଁ ଆଲିଙ୍ଗନ କରୁଥିର ଦେଖିବାକୁ ମିଳିଥିଲା ।












Click it and Unblock the Notifications