ସାପ ଦେଲା ସଲମାନଙ୍କୁ ବର୍ଥ ଡେ ଗିଫ୍ଟ: କହିଲେ, ୩ ଥର ମାରିଥିଲା ଚୋଟ
ଆଜି ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ସଲମାନ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସଲମାନଙ୍କୁ ସାପ କାମୁଡିବା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ନୂଆଦିଲ୍ଲୀ: ଆଜି ବଲିଉଡ୍ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପଦାର୍ପଣ କରିଛନ୍ତି ସଲମାନ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ସଲମାନଙ୍କୁ ସାପ କାମୁଡିବା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଖବର ଜାଣିବା ମାତ୍ରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଏବେ ଭାଇଜାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପରେ ବିଲମ୍ବିତ ରାତିରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ତେବେ ସାପ କାମୁଡିବା ଘଟଣାରେ ସଲମାନ କହିଛନ୍ତି, ଏହି ସାପ ମତେ ପ୍ରଥମେ ବର୍ଥ ଡେ ଗିଫ୍ଟ ଦେଇଛି ।

ତେବେ ସାପ କାମୁଡ଼ିବା କାହାଣୀ ବର୍ଣ୍ଣନା କରି ସଲମାନ ଖାନ କହିଛନ୍ତି, ଗୋଟାଏ ସାପ ମୋ ଫାର୍ମହାଉସରେ ପଶିଲା । ଖଣ୍ଡେ ବାଡ଼ିରେ ସାପକୁ ମୁଁ ବାହାରେ ଛାଡିବାକୁ ନେଉଥିଲି । ଆଉ ସେତିକିବେଳେ ସେ ମୋ ହାତ ପର୍ଯ୍ୟନ୍ତ ଚାଲି ଆସିଲା । ବାହାରେ ଛାଡ଼ିବାକୁ ତାକୁ ନେବା ବେଳେ ସେ ମୋତେ ୩ ଚୋଟ ମାରିଲା । ସେଠାରେ ସମସ୍ତଙ୍କ ଶବ୍ଦ ଶୁଣି ସାପଟି ମୋତେ ଥରେ ନୁହେଁ ବରଂ ତିନିଥର ଥରେ ନୁହେଁ କାମୁଡ଼ିଥିଲା। ଏହା ଏକ ଧରଣର ବିଷଧର ସାପ । ତେଣୁ, ମୋତେ ୬ ଘଣ୍ଟା କାଳ ଡାକ୍ତରଖାନାରେ ରହିବାକୁ ପଡ଼ିଲା । ଏବେ ମୁଁ ଭଲ ଅଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ 'ଏଏନ୍ଆଇ'କୁ ଅଭିନେତା ସଲମାନ ଖାନ କହିଛନ୍ତି ।
ସଲମାନ ଖାନ ଆହୁରି କହିଛନ୍ତି, ସାପ କାମୁଡ଼ିବା ସମୟରେ ମୋ ଭଉଣୀ ଅର୍ପିତା ବହୁତ ଡରି ଯାଇଥିଲେ । ହେଲେ ସେତେବେଳକୁ ମୁଁ ସାପ ସହିତ ସେହି ସମୟରେ ବନ୍ଧୁତା କରିଥିଲି। ଏବଂ ମୁଁ ସାପ ସହିତ ସେଲଫି ନେଇଥିଲି ଏବଂ ତା'ପରେ ସାପଟିକୁ ଛାଡି ଦେଇଥିଲି।
A snake had entered my farmhouse, I took it outside using a stick. Gradually it reached onto my hand. I then grabbed it to release, which is when it bit me thrice. It was a kind of poisonous snake. I was hospitalized for 6 hours...I am fine now: Actor Salman Khan on snake bite pic.twitter.com/cnDnUhglm5
— ANI (@ANI) December 27, 2021












Click it and Unblock the Notifications