ଏହି ତାରିଖରୁ ଆରମ୍ଭ ହେବ 'ବିଗ୍ ବସ୍ 17', ରିଲିଜ୍ ହେଲା ପ୍ରୋମୋ, ଦେଖନ୍ତୁ ସଲମାନଙ୍କ ନୂଆ ଲୁକ୍
Bigg Boss 17 Promo: ଟିଭିର ପ୍ରସିଦ୍ଧ ରିଆଲିଟି ସୋ 'ବିଗ୍ ବସ୍' ଏହାର ୧୭ ତମ ସିଜିନ ଜରିଆରେ ଲୋକଙ୍କ ମନ ଜିଣିବା ରେଡି ଅଛି । ଏଥର ମଧ୍ୟ 'ବିଗ୍ ବସ୍ 17'କୁ ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ହୋଷ୍ଟ କରିବା ପାଇଁ ଯାଉଛନ୍ତି । ଏହି ରିଆଲିଟି ସୋ' ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ । ଲୋକଙ୍କର ବେଶ୍ ମନୋରଞ୍ଜନ କରିଥାଏ ସଲମାନଙ୍କର ଏହି ଟେଲିଭିଜନ ସୋ' ।
ଖବର ରହିଛି ଯେ 'ବିଗ୍ ବସ୍ 17' ଖୁବ୍ ଶୀଘ୍ର ନିଜ ନୂଆ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିପାରେ । OTT' ପ୍ଲାଟଫର୍ମ ଜିଓ ସିନେମା ଆପ୍ ସଲମାନ ଖାନଙ୍କ ସୋ 'ବିଗ୍ ବସ୍ ସିଜନ୍ 17'ର ପ୍ରମୋ ମୁକ୍ତିଲାଭ କରିଛି, ଯେଉଁଥିରେ ସଲମାନ କହୁଛନ୍ତି ଯେ ଏଥର ସୋ'ର ଥିମ୍ ବହୁତ ଭିନ୍ନ ହେବାକୁ ଯାଉଛି ।

'ବିଗ୍ ବସ୍ 17'ର ନିର୍ମାତାମାନେ ଏହି ରିଆଲିଟି ସୋ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କିଛି ଦିନ ପୂର୍ବରୁ ଶୋ'ର ହୋଷ୍ଟ ସଲମାନ ଖାନ ମୁମ୍ବାଇରେ ଏହାର ପ୍ରୋମୋ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା ଏବଂ ବର୍ତ୍ତମାନ ସୋ'ର ପ୍ରଥମ ପ୍ରୋମୋ ଭିଡିଓ ମଧ୍ୟ ରିଲିଜ ହୋଇଛି। ପ୍ରୋମୋ ଭିଡିଓ ଆରମ୍ଭରେ ସଲମାନ ଖାନ କହୁଛନ୍ତି- ଏଥର ଦିଲ୍, ଦିମାଗ୍ ଏବଂ ଶକ୍ତିର ଖେଳ ହେବା ପାଇଁ ଯାଉଛି ।
Naye avtaar ke saath, aa raha hai Bigg Boss ka naya season! Kya Dil, Dimaag, aur Dum se hoga Bigg Boss ka hukum? Stay tuned to find out! #BiggBoss17 coming soon on #JioCinema#BB17 #BB17onJioCinema @beingsalmankhan @colorstv pic.twitter.com/zK51TVzAuw
— JioCinema (@JioCinema) September 14, 2023
ମିଡିଆ ରିପୋର୍ଟ ଅନୁସାରେ, 'ବିଗ୍ ବସ୍ 17' ଅକ୍ଟୋବର 2023ରୁ ଆରମ୍ଭ ହୋଇପାରେ । ହେଲେ ଏପର୍ଯ୍ୟନ୍ତ ଏହାର ଆରମ୍ଭ ହେବା ତାରିଖ ଘୋଷଣା କରାଯାଇ ନାହିଁ । କିନ୍ତୁ ଆଶା ଅଛି ଯେ ଏହି ସୋ ଅକ୍ଟୋବର 2023ର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଦେଖିବା ବାକି ରହିଲା ଏଥର କେଉଁ କେଉଁ ସେଲିବ୍ରିଟି ଦର୍ଶକଙ୍କ ମନ ଜିଣୁଛନ୍ତି । ଏଥର ସୋ'ର ଥିମ୍ ସିଙ୍ଗଲ୍ସ ବନାମ ଡବଲ୍ସ ହେବାକୁ ଯାଉଛି । 'ବିଗ୍ ବସ୍ 17' 20 ଅକ୍ଟୋବର 2023 ରୁ ଆରମ୍ଭ ହୋଇପାରେ ।












Click it and Unblock the Notifications