ଦୀର୍ଘ ଦିନର ଶତ୍ରୁତାର ହେଲା ଅନ୍ତ, ସଲମାନଙ୍କ ପାଇଁ ଗୀତ ଗାଇଲେ ଅରିଜିତ୍

Salman Khan-Arijit Singh Patch Up: ବଲିଉଡର ଦବଙ୍ଗ ଖାନ ଏବଂ ଅରିଜିତ ସିଂଙ୍କ ମଧ୍ୟରେ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ହେଲେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ Patch Up ହୋଇଯାଇଥିବା ନେଇ ଖବର ରହିଛି । ଏଥର ସଲମାନଙ୍କ ଫିଲ୍ମରେ ଶୁଣିବାକୁ ମିଳିବ ଅରିଜିତଙ୍କ ସ୍ୱର । ନିକଟରେ ସଲମାନ ସୋସିଆଲ ମିଡିଆରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର 3' ର ଏକ ଗୀତର ପ୍ରଥମ ଲୁକ ସେୟାର କରିଥିଲେ । ଯେଉଁ ଗୀତକୁ ଅରିଜିତ୍ ସିଂ ଗାଇଛନ୍ତି ।

ସଲମାନ ଖାନ ଏହି ପୋଷ୍ଟକୁ ଉଭୟ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ଫିଲ୍ମର ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସୁଛନ୍ତି । ଏହି ପୋଷ୍ଟରରେ ସଲମାନ ଖାନ ବ୍ଲାକ୍ ଆଉଟ୍ ଫିଟରେ ଏବଂ କ୍ୟାଟ୍ରିନା କୈଫ ରେଡ୍ ଆଣ୍ତ ୱାଇଟ୍ ଡ୍ରେସରେ ଖୁବ ସୁନ୍ଦର ଦିଶୁଛନ୍ତି । ଏହି ପୋଷ୍ଟର ସେୟାର କରି ସଲମାନ ଖାନ ଲେଖିଛନ୍ତି - ଲେକେ ପ୍ରଭୁ କା ନାମ, ଏହା ମୋ ପାଇଁ ଅରିଜିତ ସିଂଙ୍କ ପ୍ରଥମ ଗୀତ । ଏହା ସହିତ ସଲମାନ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ ଏହି ଗୀତ ଅକ୍ଟୋବର 23 ରେ ମୁକ୍ତିଲାଭ କରିବ।

Salman Khan

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅରିଜିତ ସିଂ ଏବଂ ସଲମାନ ଖାନଙ୍କ ମଧ୍ୟରେ ବିବାଦ ପ୍ରାୟ 10 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଯେତେବେଳେ ଏକ ପୁରସ୍କାର କାର୍ଯ୍ୟ ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବା ପାଇଁ ମିଳିଥିଲା । ଏହି ଯୁକ୍ତି ପରେ ସଲମାନ ଖାନ ଗାୟକଙ୍କ ଉପରେ ଏତେ କ୍ରୋଧିତ ହୋଇଥିଲେ ଏବଂ ତାଙ୍କ ଏକ ଗୀତରୁ ମଧ୍ୟ ତାଙ୍କୁ ହଟାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଥିବା ସୂଚନା ରହିଛି ।

ଚଳଚ୍ଚିତ୍ର 'ଟାଇଗର 3' ବିଷୟରେ କହିବାକୁ ଗଲେ ଏହା ଚଳିତ ବର୍ଷ ଦିପାବଳୀ ଅବସରରେ ଅର୍ଥାତ୍ 12 ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଯାହା ଏବେବି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି । ସଲମାନ ଖାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମିଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ । ଏହା ବ୍ୟତୀତ ଶାହାରୁଖ ଖାନ ମଧ୍ୟ ଫିଲ୍ମରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+