ଖୁବ୍ ଶିଘ୍ର ଆସିବାକୁ ଯାଉଛି ଟାଇଗର ୩, ସଲମାନ ଦେଲେ ସୂଚନା
Tiger 3: Salman Khan Announces Release Date of 'Tiger 3' ଖୁବ୍ ଶିଘ୍ର ଆସିବାକୁ ଯାଉଛି ଟାଇଗର ୩, ସଲମାନ ଦେଲେ ସୂଚନା
ମୁମ୍ବାଇ: ସଲମାନଙ୍କ ସୁପରହିଟ୍ ଫିଲ୍ମ 'ଏକ ଥା ଟାଇଗରରକୁ' ଆଜି ଏହି ୧୦ ବର୍ଷ ପୁରିଛି । ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫଙ୍କୁ ଏହି ଫିଲ୍ମରେ ଦେଖିବା ପାଇଁ ମିଳିଥିଲା । ପ୍ରଥମ ଥର ଏହି ଯୋଡିକୁ ଖୁବ ଭଲ ପାଇବା ମିଳିଥିଲା । ଉଭୟଙ୍କ ଧମାକାଦାର ଆକ୍ସନ ଫ୍ୟାନ୍ସଙ୍କୁ କରିଥିଲା କିମିଆ । ଫିଲ୍ମରେ ଆକ୍ସନ ସହ ରୋମାନ୍ସ ମଧ୍ୟ ଦେଖିବା ପାଇଁ ମିଳିଥିଲା ।କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୧୨ ଅଗଷ୍ଟ ୧୫ରେ ରିଲିଜ୍ କରାଯାଇଥିଲା । ବକ୍ସଅଫିସରେ ମଧ୍ୟ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା ସଲମାନଙ୍କ ଫିଲ୍ମ । ୧୮୬ କୋଟିରୁ ଅଧିକ ହୋଇଥିଲା ଆୟ କରିଥିଲା । ଫିଲ୍ମର ସଫଳତାକୁ ନଜରରେ ରଖି ଖୁବ ଶିଘ୍ର ଆସିବା ପାଇଁ ଯାଉଛିଟାଇଗର୍ ୩ । ତେବେ ସୂଚନା ରହିଛି ଯେ ପାର୍ଟ-୩ର ସୁଟିଂ ଶେଷ ହୋଇଛି । ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଇଦ୍ ଅବସରରେ ରିଲିଜ୍ ହେବା ପାଇଁ ଯାଉଛି ।


ଫିଲ୍ମ 'ଏକ ଥା ଟାଇଗର'ର ୧୦ ବର୍ଷ ପୂରଣ ହେବା ଅବସରରେ ସଲମାନ ଖାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, '# 10YearsOfEkthaTiger ଏବଂ ଯାତ୍ରା ଜାରି ରହିଛି । ଇଦ୍ ୨୦୨୩ରେ # Tiger-3 ପାଇଁ ପ୍ରସ୍ତୁତ ରହିଥାନ୍ତୁ । ସଲମାନଙ୍କ ଏହି ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସଙ୍କର କମେଣ୍ଟ,ଲାଇକ୍ସର ବର୍ଷା ଆରମ୍ଭ ହୋଇଯାଇଛି । ଫ୍ୟାନ୍ସ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ତେବେ ସଲମାନ-କ୍ୟାଟ୍ରିନାଙ୍କ ଫିଲ୍ମ 'ଟାଇଗର -୩' ୨୧ ଏପ୍ରିଲ୍ ୨୦୨୩ରେ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ୍ ହେବା ପାଇଁ ଯାଉଛି । ତେବେ ଏଥର ଫିଲ୍ମରେ ଇମ୍ରାନ୍ ହାସମୀ ମଧ୍ୟ ନଜର ଆସିବେ ।












Click it and Unblock the Notifications