Get Updates
Get notified of breaking news, exclusive insights, and must-see stories!

ବଲିଉଡରେ ଚାଲିଛି ବୟକଟ୍ ଟ୍ରେଣ୍ତ୍ , ଟାର୍ଗେଟରେ ସଲମାନଙ୍କ ଫିଲ୍ମ 'ଟାଇଗର୍ ୩'

BoycottTiger3: Salman Khan And Shah Rukh Khan Are New Targets Of Trolls.Boycott Tiger3 is Trending Now .ବଲିଉଡରେ ଚାଲିଛି ବୟକଟ୍ ଟ୍ରେଣ୍ତ୍ ,ଟାର୍ଗେଟରେ ସଲମାନଙ୍କ ଫିଲ୍ମ 'ଟାଇଗର୍ ୩' .

ମୁମ୍ବାଇ: ବର୍ତ୍ତମାନ ଚାଲିଛି ବୟକଟ୍ ଟ୍ରେଣ୍ତ । ଗୋଟେ ପରେ ଗଟୋ ବଲିଉଡ ଫିଲ୍ମ ଅଛି ଟାର୍ଗେଟ୍ ରେ । ଆମିର, ଆଲିଆ ,ଅକ୍ଷୟଙ୍କ ପରେ ଏବେ ବଲିଉଡର ଦୁଇ ସୁପରଷ୍ଟାର ସଲମାନ ଓ ଶାହାରୁଖଙ୍କ ପାଳି ।ଆମିର ଖାନଙ୍କ 'ଲାଲ୍ ସିଂ ଚଢା', ଆଲିଆଙ୍କର ଫିଲ୍ମ ଡାର୍ଲିଙ୍ଗସ୍ ,ଓ ଅକ୍ଷୟଙ୍କ ଫିଲ୍ମ 'ରକ୍ଷା ବନ୍ଧନ'କୁ ସୋସିଆଲ ମିଡିଆରେ ଦେଖିବା ବିବାଦ । ଫିଲ୍ମ ରିଲିଜ୍ ପୂର୍ବରୁ ଓ ପରେ ମଧ୍ୟ ଏହି ଫିଲ୍ମକୁ ଟ୍ରୋଲ କରାଯାଉଥିଲା । ଏହାର ପ୍ରଭାବ ପଡିଥିଲା ଫିଲ୍ମର ଆୟ ଉପରେ । କିଛି ଦିନ ହେଲା ଗୋଟେ କି ଦୁଇଟି ଫିଲ୍ମିକୁ ଛାଡିଦେଲେ ବଲିଉଡର ଅନେକ ଫିଲ୍ମ ଫ୍ଲପ୍ ଲିଷ୍ଟରେ ସାମିଲ୍ ହେଉଛି । ଏପରିକି ସୁପରଷ୍ଟାରଙ୍କର ବିଗ୍ ବଜେଟ୍ ଫିଲ୍ମ ମଧ୍ୟ ବକ୍ସଅଫିସରେ କିଛି ଖାସ୍ ପ୍ରଭାବ ପକାଇପାରୁ ନାହିଁ ।

SALMAN

ଆସନ୍ତାବର୍ଷ ଅର୍ଥାତ୍ ୨୦୨୩ରେ ରିଲିଜ୍ ହେବା ପାଇଁ ଯାଉଛି ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଟାଇଗର-୩ । ତେବେ ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ଦେଖିବା ପାଇଁ ମିଳିଛି ବିବାଦ । ପୁଣି ସୋଶାଲ ମିଡିଆରେ ଆରମ୍ଭ ହୋଇଯାଇଛି ବୟକଟ୍ ଟ୍ରେଣ୍ତ୍ । ଆଉ ଏଥର ଟାର୍ଗେଟରେ ଅଛି ଦବଙ୍ଗ ଖାନଙ୍କ ଫିଲ୍ମ 'ଟାଇଗର-୩' । ୟୁଜର୍ସ ଟାଇଗର-୩କୁ ବିରୋଧ କରିବା ସହ ସଲମାନଙ୍କର ଅନେକ ପୁରୁଣା ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ନିକଟରେ ଫିଲ୍ମ 'ଏକ ଥା ଟାଇଗର୍'କୁ ୧୦ ବର୍ଷ ପୁରୁବା ଅବସରରେ ସଲମାନ ଫ୍ୟାନ୍ସଙ୍କୁ 'ଟାଇଗର-୩'ରିଲିଜ୍ ଟେଡ୍ ବିଷୟରେ ସୂଚନା ଦେଇଥିଲେ । ଯାହା ପରଠୁ ହିଁ ଏହି ଫିଲ୍ମକୁ ବୟକଟ୍ କରିବା ପାଇଁ ଦାବି ଆରମ୍ଭ ହୋଇଯାଇଛି । କିଛି ଲୋକେ ସଲମାନଙ୍କ ଅପରାଧ ବିଷୟରେ ଉଲ୍ଲେଖ କରୁଥିବା ବେଳେ କିଛି ଆର୍ମସ୍‌ ଆକ୍ଟ ଠାରୁ ଆରମ୍ଭ କରି କୃଷ୍ଣସାର ମୃଗ ଶିକାର ମାମଲା ଯାଏଁ ପୂରା ଅପରାଧ ତାଲିକା ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରି ସଲମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏହି ପୋଷ୍ଟ ଗୁଡିକ ମଧ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଗତକିଛି ଦିନ ହେବ ଲଗାତର ବଲିଉଡ ଫିଲ୍ମଗୁଡିକୁ ବୟକଟ୍‌ ପାଇଁ କିଛି ଲୋକ ଦାବି କରିଆସୁଛନ୍ତି। ସୋସିଆଲ ମିଡିଆରୁ ଆରମ୍ଭ ହେଉଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଯାହାର ପ୍ରଭାବ ସ୍ପଷ୍ଟ ବିଗ୍ ବଜେଟ୍ ଫିଲ୍ମ ଗୁଡିକ ଉପରେ ପଡୁଛି । ବୟକଟ୍ ଟ୍ରେଣ୍ତସ୍ ଏବେ ଅନେକ ଷ୍ଟାରଙ୍କୁ ଚିନ୍ତାରେ ମଧ୍ୟ ପକାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+