ହଲିଉଡ ଫିଲ୍ମରେ ସଲମାନ-ସଞ୍ଜୟଙ୍କ ଜଲୱା !
ସିନେମା ସହ ସଲମାନ ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଅନେକ କାରଣ ପାଇଁ ସଲମାନ ଚର୍ଚ୍ଚରେ ରହିଥିଲେ । ବର୍ତ୍ତମାନ ବଲିଉଡ ଦବଙ୍ଗ ଖାନଙ୍କୁ ନେଇ ରହିଛି ଏକ ବଡ଼ ଅପଡେଟ୍ । ଖବର ରହିଛି ଖୁବ୍ ଶୀଘ୍ର ସଲମାନଙ୍କୁ ଏକ ହଲିଉଡ ଫିଲ୍ମରେ ଦେଖିବା ପାଇଁ ମିଳିପାରେ ଏବଂ ଖାସ କଥା ହେଲା ଏହି ଫିଲ୍ମରେ ଭାଇଜାନଙ୍କ ସହ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ ।
ମିଡ୍ ଡେରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ଏକ ହଲିଉଡ୍ ଫିଲ୍ମରେ କ୍ୟାମିଓ କରିବାକୁ ଯାଉଛନ୍ତି। ୱେବସାଇଟ୍ ରିପୋର୍ଟ ଅନୁସାରେ ଦୁହେଁ ୧୭ ଫେବୃଆରୀରେ ସୁଟିଂ ପାଇଁ ସାଉଦି ଆରବରେ ପହଞ୍ଚିଛନ୍ତି ଏବଂ ୧୯ ଫେବୃଆରୀ ସୁଦ୍ଧା ସେମାନଙ୍କର ସୁଟିଂ ସମାପ୍ତ ହେବ । ଆମେରିକୀୟ ଫିଲ୍ମଟି ଏକ ଥ୍ରୀଲର ଫିଲ୍ମ ହେବ ଯାହାର ବଜେଟ୍ ବହୁତ ଅଧିକ ରହିଛି । ଏହା ଅଲଉଲା ଷ୍ଟୁଡିଓରେ ସୁଟିଂ କରାଯିବ ଯାହା ନିକଟରେ ଲଞ୍ଚ ହୋଇଛି। ଏହି ଷ୍ଟୁଡିଓରେ ଚଳଚ୍ଚିତ୍ର ନିର୍ମାଣ ସହିତ ଜଡିତ ସମସ୍ତ ସୁବିଧା ରହିଛି ।

ତେବେ ବ୍ୟକ୍ତିଗତ ଜୀବନରେ ଉଭୟ ଷ୍ଟାରଙ୍କ ବନ୍ଧୁତା ଖୁବ୍ ଖାସ । ସଲମାନ ଏବଂ ସଞ୍ଜୟ ପରସ୍ପରକୁ ଅନେକ ଥର ସମର୍ଥନ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ସେମାନେ ଏକାଠି ୧୯୯୧ ମସିହାରେ ସାଜନ ଭଳି ସୁପରହିଟ୍ ଫିଲ୍ମ କାମ କରିଥିଲେ । ଚଲ୍ ମେରେ ଭାଇଠାରୁ ଆରମ୍ଭ କରି ୟେ ହୈ ଜଲୱା ଏବଂ ସନ ଅଫ୍ ସର୍ଦ୍ଦାର ପରି ଫିଲ୍ମରେ ଦୁହେଁ ଏକାଠି ନଜର ଆସିଛନ୍ତି । ଚଳିତ ବର୍ଷ ଇଦ୍ ଅବସରରେ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ମୁକ୍ତିଲାଭ କରିବାକୁ ଯାଉଛି। ଯେଉଁଥିରେ ତାଙ୍କ ସହ ରଶ୍ମିକା ମନ୍ଦାନାଙ୍କୁ ଦେଖିବା ପାଇଁ ମିଳିବ । ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ମଧ୍ୟ ରହିଛି ।












Click it and Unblock the Notifications