ଦୀର୍ଘ ଦିନ ପରେ ଗୋଟେ ଫ୍ରେମରେ ନଜର ଆସିଥିଲେ ସଲମାନ- ଐଶ୍ୱର୍ଯ୍ୟା, ଭାଇରାଲ ହେଲା ଫଟୋ

ମୁମ୍ବାଇ:ଦୁଇ ଦିନ ହେଲା 'ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର'ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବଲିଉଡର ସମସ୍ତ ତାରକା ମଧ୍ୟ ଅମ୍ବାନୀ ପରିବାରର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଡାୟା, ଟମ୍ ହଲାଣ୍ଡ ଏବଂ ଗିଗି ହାଦିଦଙ୍କ ଭଳି ହଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ଗ୍ରାଣ୍ତ ଇଭେଣ୍ଟରେ ନଜର ଆସିଥିଲେ ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ମଧ୍ୟରୁ ଏବେ ଏକ ଫଟୋକୁ ନେଇ ବି-ଟାଉନରେ ଆରମ୍ଭ ହୋଇଯାଇଛି ଗସିପ୍ । ଦୀର୍ଘ ବର୍ଷ ପରେ ଅମ୍ବାନୀଙ୍କ ଇଭେଣ୍ଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଲମାନ ଖାନଙ୍କୁ ଏକା ସହିତ ଗୋଟିଏ ଫଟୋ ଫ୍ରେମରେ ଦେଖିବା ପାଇଁ ମିଳିଥିଲା ।
ଭାଇରାଲ ହେଉଥିବା ଫଟୋରେ ଶାହରୁଖ ଖାନ ଏବଂ ସଲମାନ ଖାନ ନୀତା ଅମ୍ବାନୀ, ଜେଡାୟା, ଟମ୍ ହଲାଣ୍ଡଙ୍କ ସହ ଏକ ଫ୍ରେମରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା । ସେହିପରି ସମାନ ଫ୍ରେମରେ ଐଶ୍ୱର୍ଯ୍ୟା ବଚ୍ଚନ ରାୟଙ୍କୁ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଦେଖିବାକୁ ମିଳିଥିଲା । ହେଲେ ସଲମାନ-ଐଶ୍ୱର୍ଯ୍ୟା ପରସ୍ପରଠୁ ଦୂରରେ ଛିଡା ହୋଇ ହୋଇଥିବା ଦେଖିବା ପାଇଁ ମିଳିଥିଲା । ଫଟୋରେ ଐଶ୍ୱର୍ଯ୍ୟାଙ୍କ ମୁହଁ ମଧ୍ୟ ସ୍ପଷ୍ଟ ଦେଖିବା ପାଇଁ ମିଳୁନାହିଁ ।
ହେଲେ ମଧ୍ୟ ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉଭୟଙ୍କ ଫ୍ୟାନ୍ସ ଏଧ୍ୟ ଏହି ଷ୍ଟାରଙ୍କୁ ଏକାଠି ଦେଖି ବେଶ୍ ଉତ୍ସାହିତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋକୁ ନେଇ ଲାଇକ୍ସ ଏବଂ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି । ଏହି ଫଟୋ ଭାଇରାଲ ହେବା ପରେ ପୁଣି ବି-ଟାଉନରେ ସଲମାନ-ଐଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଲମାନ- ଐଶ୍ୱର୍ଯ୍ୟା ପରସ୍ପରକୁ ଦୀର୍ଘ ଦିନ ଡେଟ୍ କରିବା ପରେ ଉଭୟଙ୍କର ବ୍ରେକ ଅପ୍ ହୋଇଯାଇଥିଲା । ଯାହା ପରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସଲମାନ ଖାନ ଅବିବାହିତ ଅଛନ୍ତି ।












Click it and Unblock the Notifications