ଶେହେନାଜଙ୍କୁ ନେଇ ଚିନ୍ତାରେ ସଲମାନ! କହିଲେ, ଏଥର ଜୀବନରେ ଆଗକୁ ବଢିବା ଉଚିତ୍

ମୁମ୍ବାଇ:ବିଗ୍ ବସ ଫେମ୍ ଶେହେନାଜ ଗିଲ୍ ଆଜି କାଲି ନିଜ ଆଗାମୀ 'ଫିଲ୍ମ କିସି କା ଭାଇ କିସି କି ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଅର୍ଥାତ୍ ୧୦ ଏପ୍ରିଲରେ ଏହି ଫିଲ୍ମର ଟ୍ରେଲର ଲଞ୍ଚ ହୋଇଯାଇଛି । ଏହି ସମୟରେ ସଲମାନ ଖାନ, ପୂଜା ହେଗଡେ, ପଲକ ତିୱାରୀ ଏବଂ ଫିଲ୍ମର ପୁରା ଟିମ୍ ଏକାଠି ନଜର ଆସିଥିଲେ ।

ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିସହିତ ଏହି ଇଭେଣ୍ଟର ଏକ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ସଲମାନ ଶେହେନାଜଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରୁଛନ୍ତି ।

Salman Khan

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଇନଷ୍ଟା ବଲିଉଡ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଯେଉଁଥିରେ ସଲମାନ ଖାନଙ୍କ ପଛରେ ଶେହେନାଜ ଗିଲ୍ ଛିଡା ହୋଇଥିବାର ଦେଖିବା ପାଇଁ ମିଳୁଛି । ଏହି ସମୟରେ ଭାଇଜାନ ଶେହେନାଜଙ୍କୁ କହୁଛନ୍ତି, ମୋତେ ଲାଗୁଛି ତୁମେ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିଯିବା ଉଚିତ୍, 'କାରଣ ମୁଁ ସବୁକିଛି ନୋଟିସ କରୁଛି ଏବଂ ମୁଁ ନିଜ ମଧ୍ୟରେ ମଧ୍ୟ ଏହି ସମସ୍ତ ଜୀନିଷ ନୋଟିସ କରୁଛି ଯାହା ପରେ ମୋତେ ଲାଗୁଛି ମୁଁ ଏ ବିଷୟରେ ଅଧିକ ଆଲଚନା କରିବା ଉଚିତ ନୁହେଁ' ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବିଗ ବସ ସମୟରୁ ହିଁ ସଲମାନ ଏବଂ ଶେହେନାଜଙ୍କ ମଧ୍ୟରେ ଏକ ଖାସ ସମ୍ପର୍କ ରହିଆସିଛି ଏବଂ ସିଦ୍ଧାର୍ଥଙ୍କ ପରଲୋକ ପରେ ଉଭୟଙ୍କ ବଣ୍ତିଂ ଅଧିକ ମଜବୁତ ହୋଇଯାଇଛି ।

'କିସି କା ଭାଇ କିସି କି ଜାନ'ଟ୍ରେଲର ଲଞ୍ଚ ସମୟରେ ପ୍ରଥମ ଥର ଶେହେନାଜ ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଏବଂ ସେ ଖୁବ ସୁନ୍ଦର ଏବଂ କନଫିଡେନ୍ସ ମଧ୍ୟ ଥିଲେ । ଏହି ଇଭେଣ୍ଟରେ ଶେହେନାଜ ବ୍ଲାକ୍ କଲର ଡ୍ରେସ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ତାଙ୍କ ଡ୍ରେସ୍, ଷ୍ଟାଇଲ୍ ମେକଅପ୍ ସବୁ କିଛି ଏକଦମ୍ ପରଫେକ୍ଟ ଥିବାର ଦେଖିବା ପାଇଁ ମିଳିଥିଲା ।

ତେବେ ଏହା ଶେହେନାଜଙ୍କର ପ୍ରଥମ ବଲିଉଡ ଫିଲ୍ମ । ଏହି ସିନେମାରେ ସଲମାନ ଖାନା, ପୁଜା ହେଗଡେ, ପଲକ ତିୱାରୀ,ରାଘବ ଜୁଏଲ୍, ସାଉଥ୍ ଅଭିନେତା ଭେଙ୍କେଟେସ୍, ଭୂମିକା ଚାୱଲାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+