ଶୁଟିଂସେଟ୍‌ରେ ଆହତ ହେଲେ ସଲମାନ

ସୁପରଷ୍ଟାର ସଲମାନ ଖାନ୍‌ 'ବ୍ୟାଟଲ୍‌ ଅଫ୍‌ ଗଲଓ୍ବାନ' ଫିଲ୍ମର ଶୁଟିଂରେ ବ୍ୟସ୍ତ। ସେ ଫିଲ୍ମ ପାଇଁ ଲଦାଖରେ ଶୁଟିଂ କରୁଥିଲେ। ଏହି ସମୟରେ ଭାଇଜାନ ଆହତ ହୋଇଥିଲେ। ତଥାପି ସେ ତାଙ୍କ ସିଡ୍ୟୁଲ ଶେଷ କରି ମୁମ୍ବାଇ ଫେରି ଆସିଛନ୍ତି।

ପିଙ୍କଭିଲା ପ୍ରଡକ୍ସନ ହାଉସ୍‌ର ଏକ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ, ଲଦାଖ ସିଡ୍ୟୁଲ ଟୋଟାଲ ଟିମ୍‌ର ଧୈର୍ଯ୍ୟ ପରୀକ୍ଷା କରିଥିଲା। ସଲମାନ ଏବଂ ଟିମ୍‌ ଲଦାଖରେ -୧୦ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରିଥିଲେ। ଶାରୀରିକ ଆଘାତ ଏବଂ କମ୍‌ ଅକ୍ସିଜେନ ସ୍ତର ସତ୍ତ୍ୱେ ସଲମାନ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ଲଦାରଖରୁ ଫେରିବା ପରେ ସଲମାନ ଏବେ ଫିଲ୍ମର ମୁମ୍ବାଇ ସିଡ୍ୟୁଲ ପାଇଁ ପ୍ରସ୍ତୁତି କରୁଛନ୍ତି। ମୁମ୍ବାଇ ସିଡ୍ୟୁଲ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏଥିରେ ହାଇ ଆକ୍ସନ ଏବଂ ଇମୋଶନାଲ ସିନ୍‌ ରହିଛି।ସଲମାନ ଲଦାଖରେ ୧୫ ଦିନ ପାଇଁ ଶୁଟିଂ କରିଥିଲେ।

Salman

ଏହି ଟିମ୍‌ ୪୫ ଦିନର ଆକ୍ସନ ଏବଂ ଡ୍ରାମାଟିକ୍‌ ସିନ୍‌ ଶେଷ କରିଛି। ସଲମାନ ଏହି ୧୫ ଦିନ ଭିତରେ ଶୁଟିଂ ସମୟରେ ହୋଇଥିବା ଆଘାତ ଯୋଗୁ ବିଶ୍ରାମ ନେବାକୁ ଚାହିଁଛନ୍ତି। ସେ ଏକ ଛୋଟ ବ୍ରେକ୍‌ ବା ବିରତି ପରେ ପୁଣି ମୁମ୍ବାଇ ସିଡ୍ୟୁଲ ଫିଲ୍ମ ପ୍ରତି ଧ୍ୟାନ ଦେବେ। ଏହି ଫିଲ୍ମଟି ଅପୂର୍ବ ଲାଖିଆଙ୍କ ଦ୍ୱାରା ନିର୍ଦ୍ଦେଶିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+