ସଲମାନ ପ୍ରେମରେ ଐଶ୍ୱର୍ଯ୍ୟା ! ଭାଇରାଲ ହେଲା ୨୩ ବର୍ଷ ପୁରୁଣା ବିଡିଓ

ସଲମାନ-ଐଶ୍ୱର୍ଯ୍ୟା ରାୟଙ୍କ ୨୩ ବର୍ଷ ପୁରୁଣା ବିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ତାରକା ନିଜ ଚଳଚ୍ଚିତ୍ର ଛଡା ପ୍ରେମ ପାଇଁ ମଧ୍ୟ ହେଡଲାଇନରେ ରହିଥାନ୍ତି । ଯେତେବେଳେ ବଲିଉଡ କଳାକାରଙ୍କ ପ୍ରେମ କାହାଣୀ ବିଷୟରେ ଆଲୋଚନା ହୁଏ ସେତେବେଳେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ନାମ ପ୍ରଥମେ ଆସିଥାଏ । ଆଜି ଯଦିଓ ଉଭୟ ନିଜ ଜୀବନରେ ଆଗକୁ ବଢିଯାଇଛନ୍ତି ହେଲେ ସମୟ ଥିଲା ଯେତେବେଳେ ଏହି ଯୋଡିକୁ ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଥିଲା । ଆଜି ସୋସିଆଲ ମିଡିଆରେ ୨୩ ବର୍ଷ ପୁରୁଣା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନଙ୍କ ପ୍ରତି ଐଶ୍ୱର୍ଯ୍ୟାଙ୍କ ପ୍ରେମ ସ୍ପଷ୍ଟ ଦେଖାଯାଉଛି ।

ଏହି ଭିଡିଓ ୧୯୯୯ ମସିହାର, ଯେତେବେଳେ ଐଶ୍ୱର୍ଯ୍ୟା ରାୟ ସିମି ଗେରେୱାଲଙ୍କ ଶୋ'ରେ ପହଞ୍ଚିଥିଲେ । ଏହି ଚାଟ୍ ଶୋ'ରେ ଅଭିନେତ୍ରୀ ସଲମାନ ଖାନଙ୍କ ପ୍ରଶଂସା କରି ଏପରି କଥା କହିଥିଲେ, ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଆଲୋଚନା ହେଉଛି ।

ଅନେକ ଚଳଚ୍ଚିତ୍ର ତାରକା ସିମି ଗେରେୱାଲଙ୍କ ଶୋ'ରେ ଯୋଗ ଦେଇଥାନ୍ତି । ଐଶ୍ୱର୍ଯ୍ୟା ରାୟ ମଧ୍ୟ ଶୋ'ରେ ଅତିଥି ସାଜି ପହଞ୍ଚିଲେ । ଯେଉଁଠି ସିମି ତାଙ୍କୁ ପଚାରିଥିଲେ ଯେ ଆପଣଙ୍କ ଅନୁଯାୟୀ ଇଣ୍ଡଷ୍ଟ୍ରିର ସବୁଠାରୁ Sexiest ବ୍ୟକ୍ତି କିଏ? କିଛି ସମୟ ଚିନ୍ତା କରିବା ପରେ ଐଶ୍ୱର୍ଯ୍ୟା ପଚାରିଥିଲେ ଯେ ସେ ଏହି ପ୍ରଶ୍ନକୁ ବଦଳାଇ ପାରିବେ କି? କିନ୍ତୁ ସିମି ଗେରେୱାଲ ଏହା କରିବାକୁ ମନା କରିଦେଇଥିଲେ ।

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ରାୟ କହିଥିଲେ ଯେ ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ନାଁ ନେବା ଉଚିତ୍ ଯେ ଭାରତୀୟ ପୁରୁଷଙ୍କ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ହୋଇଛନ୍ତି - ସଲମାନ ଖାନ, ଯଦି ଆମେ ଲୁକ୍ ବିଷୟରେ କଥା ହେଉଛୁ ତେବେ ।

Salman-Aishwarya Rai

ଉଲ୍ଲେଖନୀୟ କଥା ହେଉଛି, ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ୧୯୯୯ ମସିହାରେ ଫିଲ୍ମ 'ହମ ଦିଲ ଦେ ଚୁକେ ସନମ'ରୁ ପରସ୍ପରର ନିକଟତର ହୋଇଥିଲେ । ହେଲେ ୨୦୦୨ ମସିହାରେ ଉଭୟଙ୍କର ବ୍ରେକଅପ୍ ହୋଇଥିଲା । ତେବେ, ଅଭିନେତ୍ରୀ ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିନେଇଥିଲେ ବର୍ତ୍ତମାନ ଦୁହେଁ ନିଜ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+