Salaar Teaser: ସବୁ ରେକର୍ଡ ଭାଙ୍ଗିଲା ‘ସାଲାର’ ଟିଜର, ଫ୍ୟାନ୍ସଙ୍କ ହୋସ ଉଡ଼ାଇଲା ପ୍ରଭାସଙ୍କ ଏଣ୍ଟ୍ରି

Salaar Teaser: ରିଲିଜ ହେଲା ବହୁ ଚର୍ଚ୍ଚିତ ଫିଲ୍ମ ସଲାର (Salaar)ର ଟିଜର । ସକାଳ ୫ଟା ୧୨ରେ ରିଲିଜ ହୋଇଛି ଟିଜର । ହୋମବେଲ୍ ଫିଲ୍ମର ଅଫିସିଆଲ ୟ୍ୟୁଟୁବ ଚ୍ୟାନେଲରେ ଟିଜରକୁ ରିଲିଜ କରାଯାଇଛି । ତେବେ 'ସାଲାର'ର ଏହି ଜବରଦସ୍ତ ଟିଜର ରିଲଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବେଶ ଭାଇରାଲ୍ ହେବାରେ ଲାଗିଛି । ତେବେ ଟିଜର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

ହାତରେ ଛୁରୀ ଓ ରାଇଫଲ ଧରି ପ୍ରଭାସଙ୍କ ଦମଦାର ଏଣ୍ଟ୍ରୀ ଫ୍ୟାନ୍ସଙ୍କ ହୋସ୍ ଉଡ଼ାଇ ଦେଇଛି । ରିବେଲ ଷ୍ଟାରଙ୍କ ଏଣ୍ଟ୍ରୀରେ ଲୋମ ଟାଙ୍କୁରୀ ଉଠୁଥିବା ବେଳେ ପ୍ରୀତିରାଜ ସୁକୁମାରନଙ୍କ ଝଲକରୁ ସେ ଫିଲ୍ମରେ ଭିଲେନ୍ ବୋଲି ଚର୍ଚ୍ଚା ହେଉଛି। ସାଲାରର ଏହି ଟିଜର କେଜିଏଫର ସ୍ମୃତିକୁ ତାଜା କରିଛି । ଏହି ଟିଜର ରିଲିଜ୍ ହେବାର ଆଠ ଘଣ୍ଟା ବିତିଥିବା ବେଳେ ଏହାକୁ ୨.୫ ମିଲିୟନ ଲୋକେ ଦେଖିସାରିଲେଣି । ସୂଚନାଥାଉ କି, 'ସାଲାର' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ଯରୁ ଅନ୍ୟତମ ।

Salaar Teaser

ତେବେ ଦୁଇଟି ଭାଗରେ ସଲାର ଫିଲ୍ମଟି ରିଲିଜ ହେବ ବୋଲି ଟିଜରରୁ ସ୍ପଷ୍ଟ ହୋଇଛି । ପ୍ରଥମ ଭାଗର ନାଁ 'Salaar Part 1 - Ceasefire' ରଖାଯାଇଛି । KGF ନିର୍ମାତା ପ୍ରଶାନ୍ତ ନିଲ୍‌ଙ୍କ ଫିଲ୍ମ ସଲାରର ଲିଡ୍‌ ରୋଲରେ ଅଛନ୍ତି ରିବେଲ ଷ୍ଟାର ପ୍ରଭାସ (Prabhas) । ୧ ମିନିଟ ୪୬ସେକେଣ୍ଡର ଏହି ଟିଜରର ଆରମ୍ଭ ଖୁବ୍‌ ଧମାକାଦାର କରାଯାଇଛି ।

ଭେଟେରାନ ଅଭିନେତା ଟିନୁ ଆନନ୍ଦଙ୍କ ଡାଇଲଗ 'ସିମ୍ପଲ ଇଂରାଜୀ, ନୋ କନଫ୍ୟୁଜନ'ରୁ ଟିଜର ଆରମ୍ଭ ହୋଇଛି । କାର ଉପରେ ଟିନୁ ଆନନ୍ଦ ବସିଛନ୍ତି ଓ ତାଙ୍କୁ ଘେରି ରହିଛନ୍ତି ବନ୍ଧୁକଧାରୀ ଆଫ୍ରିକାନ ଗୁଣ୍ଡା । ଏହା ପରେ ଟିନୁ ଆନନ୍ଦ କହୁଛନ୍ତି ଯେ, କୌଣସି ଦ୍ୱନ୍ଦ୍ୱ ନାହିଁ, ମୁଁ ଚିତା, ବାଘ, ହାତୀ ... ବହୁତ ବିପଜ୍ଜନକ, କିନ୍ତୁ ଜୁରାସିକ୍ ପାର୍କରେ ନୁହେଁ, କାରଣ ସେହି ପାର୍କରେ.... ଏହା କହି ସେ ଚୁପ୍ ହୋଇ ଯାଉଥିବା ଦେଖିବାକୁ ମିଳିଛି ।

ଏହା ପରେ ହାତରେ ଛୁରୀ ଓ ରାଇଫଲ ଧରି ଦମଦାର୍ ଏଣ୍ଟ୍ରି ମାରୁଛନ୍ତି ପ୍ରଭାସ । ତାଙ୍କରେ ଏଣ୍ଟ୍ରିରେ ଲୋମ ଟାଙ୍କୁରୀ ଉଠୁଛି । ଯଦିୱ ପ୍ରଭାସଙ୍କ ଫୁଲ୍‌ ଲୁକ୍‌କୁ ଦେଖାଯାଇ ନାହିଁ ତଥାପି ପ୍ରଭାସଙ୍କ ସାଇଡ୍ ଲୁକ୍‌ ଫ୍ୟାନ୍ସଙ୍କୁ କ୍ରେଜି କରିଛି । ପ୍ରଭାସଙ୍କୁ ଜୁରାସିକ୍‌ ପାର୍କର କିଙ୍ଗ ଭାବେ ଟିଜରରେ ଟିନୁ ଆନନ୍ଦ ପରିଚିତ କରାଉଛନ୍ତି ।

ପ୍ରଥମେ ପ୍ରଭାସ ବନ୍ଧୁକରେ ଗୁଳି କରୁଛନ୍ତି, ଗୁଳି ସରିଗଲା ପରେ ବନ୍ଧୁକ ଫୋପାଡି ପିସ୍ତଲ ଧରୁଛନ୍ତି, ପରେ କୁରାଢ଼ି ଓ ଶେଷରେ ନିଜ ହାତରେ ଫାଇଟ୍ କରୁଥିବା ଦେଖାଯାଇଛି । ଆର୍ମି, ଘୋଡ଼ା, ବନ୍ଧୁକ, ବାଇକ, ଗୋଳା ବାରୁଦର ମିଶ୍ରଣରେ ଫାଇଟ୍ ସିନ୍‌କୁ ଦେଖାଯାଇଛି । ଶେଷରେ ମୁଣ୍ଡରେ ଲାଲି ରଙ୍ଗର ଟିକା ଲଗାଇଥିବା ପୃଥ୍ବୀରାଜ ସୁକୁମାରନଙ୍କ ଗୋଟିଏ ଝଲକ ରଖାଯାଇଛି ।

ସୂଚନାଥାଉ କି, ସଲାର ସୁଟିଂ ପାଇଁ ଯେଉଁ କ୍ୟାମେରା ବ୍ୟବହାର କରାଯାଇଛି ଭାରତୀୟ ସିନେମାରେ ଏପରି ଟେକ୍ନୋଲୋଜି ପ୍ରଥମ ବୋଲି କୁହାଯାଉଛି । ଟିଜରରେ ନଜର ଆସୁଥିବା ଭିଜୁଆଲରେ ଯେପରି କଲର ଗ୍ରେଡିଂ କରାଯାଇଛି ତାହା ଅନ୍ୟ କୌଣସି ଫିଲ୍ମରେ ଥିବାର ନଜର ନାହିଁ । କଲର କମ୍ବିନେସନ ଓ ଗ୍ରେଡିଂ ଖୁବ ଜବରଦସ୍ତ ଓ ଭିନ୍ନ ପ୍ରକାରର ହୋଇଛି । ଟିଜରର ଥିବା ଲୋକେସନ KGFର ଭାଇବ୍ସ ଦେଉଛି । KGFର ପ୍ରଡକ୍ସନ ଟିମରୁ ଆରମ୍ଭ କରି ଗ୍ରାଫିକ୍ସ ଯାଏ ପୁରା ଟିମ୍‌ ସଲାରରେ କାମ କରୁଛନ୍ତି ।

ପ୍ରକାଶ ଥାଉ କି, 'ସାଲାର' ସହ ପ୍ରଭାସ 'ପ୍ରୋଜେକ୍ଟ କେ' (Project k) ରେ ମଧ୍ଯ ନଜର ଆସିବେ । ନାଗ ଅଶ୍ବିନଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ଦିଶା ପଟାନି ଓ କମଲ ହାସନ ପରି ବହୁ ବଡ଼ ବଡ଼ ଷ୍ଟାର ଏଥିରେ ନଜର ଆସିବେ । ତେବେ ନାଗ ଅଶ୍ବିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ନିର୍ଦ୍ଦେଶକ ତମାରେଡ଼ି । ସେ କହିଛନ୍ତି ଯେ, ପ୍ରଭାସଙ୍କ ଅଭିନୟ ଓ ଭଲ କାହାଣୀ ଏହାକୁ ଦମଦାର କରିଦେବ । ଏହି ଫିଲ୍ମ ପ୍ରଥମ ଦିନରେ ନିଶ୍ଚିତ ୫୦୦ କି ୬୦୦ କୋଟି ବକ୍ସ ଅଫିସ କଲେକସନ୍ କରିବ।

ଅନ୍ୟପଟେ ଆଦିପୁରୁଷରେ ପ୍ରଭାସଙ୍କ ଉପରେ ନାଖୁସ ଥିବା ଫ୍ୟାନ୍ସ ଏହି ଟିଜର ପରେ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି ।ଆଦିପୁରୁଷରେ ଅମାନତ ହରାଇଥିବା ପ୍ରଭାସ ସଲାର ମାଧ୍ୟମରେ ପୁଣି କମ୍‌ବ୍ୟାକ କରିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହେଉଛି । ସେପ୍ଟେମ୍ବର ୨୮ରେ ରିଲିଜ ହେବ ଚର୍ଚ୍ଚିତ ଓ ବହୁପ୍ରତୀକ୍ଷିତ ଫିଲ୍ମ 'Salaar Part 1 - Ceasefire' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+