ଏହି ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ପ୍ରଭାସଙ୍କ ସୁପରହିଟ୍ ଫିଲ୍ମ 'ସାଲାର'
Salaar OTT Release Date: ଡିସେମ୍ବରରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର:ପାର୍ଟ -1 ସିଜଫାୟାର' ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଚହଳ ସୃଷ୍ଟି କରିଥିଲ । କ୍ରାଇମ୍ ଥ୍ରୀଲରର କ୍ରେଜ୍ ଦର୍ଶକଙ୍କୁ ବେଶ୍ ଆକର୍ଷିଚ କରିଥିଲା ଏହା ସହ ଫିଲ୍ମ ଆୟ ମଧ୍ୟ ଖୁବ ଅଧିକ ରହିଥିଲା । କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶରେ ନିର୍ମିତ ସାଲାର OTT ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ OTT ପ୍ଲାଟଫର୍ମରେ ସିନେପ୍ରେମୀ ଏହି ବ୍ଲକବଷ୍ଟର ଫିଲ୍ମ ଦେଖିପାରିବେ ।
'ସାଲାର' ବକ୍ସ ଅଫିସରେ ରେକର୍ଡ ବ୍ରେକ୍ ଆୟ କରିଥିଲା । ଏହି ଚଳଚ୍ଚିତ୍ର କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ଠାରୁ ବେଶ୍ ଭଲ ପ୍ରତିକ୍ରିୟା ସାଉଁଟିଥିଲା । ଥିଏଟରରେ ଏହି ଆକ୍ସନ୍ ଭରା ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବା ପାଇଁ ମିଳିଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର, ଖୁବ ଶୀଘ୍ର OTT'ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ଏହି ଦମଦାର ସିନେମା । ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୦ରେ ପ୍ରଭାସଙ୍କ ଫିଲ୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ।

ସୂଚନାଯୋଗ୍ୟ ଯେ ତେଲୁଗୁ, କନ୍ନଡ, ତାମିଲ ଏବଂ ମାଲାୟାଲମ ପରି ହିନ୍ଦୀ ବ୍ୟତୀତ ସମସ୍ତ ଭାଷାରେ 'ସାଲାର' OTT ରେ ଉପଲବ୍ଧ ହେବ। ଆଶା କରାଯାଉଛି ଯେ ଫିଲ୍ମର ହିନ୍ଦୀ ସଂସ୍କରଣ OTT ଖୁ୍ବ୍ ଶୀଘ୍ର ରିଲିଜ୍ ହେବ ।
Kaateramma koduku ippudu Netflix ki vacchesthunnadu. Ya ya ya YA! 🤩#Salaar is coming to Netflix on 20 January in Telugu, Tamil, Malayalam and Kannada. pic.twitter.com/HWQ12lbUxI
— Netflix India South (@Netflix_INSouth) January 19, 2024
ରିଲିଜ୍ ହେବା ମାତ୍ରେ 'ସାଲାର୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା । 90 କୋଟିରୁ ଅଧିକ ଟଙ୍କାରେ ଏହି ଫିଲ୍ମ ଓପନିଂ କରି ରେକର୍ଡ ବ୍ରେକ୍ କରିଥିଲା । 'ସାଲାର' ରିଲିଜ ହେବାର ଏକ ମାସ ବିତିଗଲାଣି ହେଲେ ଫିଲ୍ମଟିର ବକ୍ସ ଅଫିସରେ ବ୍ୟବସାୟ ଜାରି ରଖିଛି । ଏହି ଚଳଚ୍ଚିତ୍ର ରିଲିଜ ହେବାର 28 ଦିନ ମଧ୍ୟରେ ଘରୋଇ ବଜାରରେ 405.38 କୋଟି ଟଙ୍କା ସଂଗ୍ରହ କରିଛି ସେହିପରି ବିଶ୍ୱବ୍ୟାପି 'ସାଲାର' 719 କୋଟିରୁ ଅଧିକ ଆୟ କରିଛି ।












Click it and Unblock the Notifications