ବକ୍ସ ଅଫିସରେ ସାଲାର କରୁଛି ରାଜ୍, ରିଲିଜର ୧୦ଦିନ ପରେ ମଧ୍ୟ କମ୍ ହୋଇନାହିଁ କ୍ରେଜ୍
Salaar Box Office Collection Day 10: ଚଳଚ୍ଚିତ୍ର 'ସଲାରା'ସାରା ଦେଶରେ କରୁଛି ରାଜ୍, ଏପରିକି ବିଶ୍ୱରେ ଏହି ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳୁଛି । 22 ଡିସେମ୍ବରରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ 10 ଦିନ ହୋଇଗଲାଣି ହେଲେ ସିନେମା ପ୍ରତି ଦର୍ଶକଙ୍କ ଭଲ ପାଇବା କମ୍ ହୋଇନାହିଁ । ଓପନିଂ ଡେ'ରେ ପ୍ରଭାସଙ୍କ ଫିଲ୍ମ ସାଲାର 90.7 କୋଟି ଟଙ୍କା ରୋଜଗାର କରିଥିଲା । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି ଦଶମ ଦିନରେ କେତେ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି ।
ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ, ସାଲାର ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ରବିବାର ଦିନ 10.96 କୋଟି ଟଙ୍କା ସଂଗ୍ରହ କରିବା ସହିତ, ସାଲାରର ମୋଟ ରୋଜଗାର ହେଉଛି 341.13 କୋଟି ଟଙ୍କା ।

ଯେଉଁ ବେଗରେ ଚଳଚ୍ଚିତ୍ରର ଆୟ ବଢିବାରେ ଲାଗିଛି । ଲାଗୁଛି ଫିଲ୍ମଟି ଖୁବ ଶୀଘ୍ର 400 କୋଟି ଟଙ୍କା ଆୟ କରି ରେକର୍ଡ ବ୍ରେକ୍ କରିବ । ସାଲାର ରିଲିଜ୍ ହେବା ସହିତ ପ୍ରଭାସ ତାଙ୍କ ନାଁରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଯାଇଛି । ପ୍ରଭାସ ବର୍ତ୍ତମାନ ଏକମାତ୍ର ସାଉଥ୍ ଅଭିନେତା ଯାହାଙ୍କର 5 ଟି ଚଳଚ୍ଚିତ୍ର ହିନ୍ଦୀ ବେଲ୍ଟରେ 100 କୋଟିରୁ ଅଧିକ ଆୟ କରିଛି।
ସାଲାର ବ୍ୟତୀତ ଏହି ତାଲିକାରେ ବାହୁବଳୀ, ବାହୁବଲୀ ୨, 'ଆଦିପୁରୁଷ', 'ସାହୋ'ସାମିଲ ଅଛି । ସାଲାର ଫିଲ୍ମରେ ପ୍ରଭାସ ଏବଂ ଶ୍ରୁତି ହାସନଙ୍କ ଯୋଡିକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଏଥି ସହିତ Prithviraj Sukumaran, ଟିନୁ ଦେଶାଇଙ୍କ ଭଳି ଶକ୍ତିଶାଳୀ ଅଭିନେତାମାନଙ୍କ ଜବରଦସ୍ତ ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications