ନିଜଠୁ ୨୪ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଲେ ସାଜିଦ ଖାନ !
ବି-ଟାଉନରେ ଏବେ ସାଜିଦ୍ ଏବଂ ସୌନ୍ଦର୍ଯ୍ୟା ଶର୍ମାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତେକ ଦିନ କିଛି ନୂଆ ପ୍ରଜେକ୍ଟ ନଚେତ୍ ପାର୍ଟିରେ ଏହି ସେଲିବ୍ରିଟିଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ।

ମୁମ୍ବାଇ: 'ବିଗ୍ ବସ୍ ୧୬'ଶେଷ ହୋଇଛି, ବିଜେତା ମଧ୍ୟ ଘୋଷଣା ସରିଛି । ହେଲେ ଲାଗୁଛି କିଛି ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ରହିଛି ପ୍ରେମ୍, ବନ୍ଧୁତା, ଶତ୍ରୁତା । ବି-ଟାଉନରେ ଏବେ ସାଜିଦ୍ ଏବଂ ସୌନ୍ଦର୍ଯ୍ୟା ଶର୍ମାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରତେକ ଦିନ କିଛି ନୂଆ ପ୍ରଜେକ୍ଟ ନଚେତ୍ ପାର୍ଟିରେ ଏହି ସେଲିବ୍ରିଟିଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ହେଲେ ନିଜ ସମ୍ପର୍କକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସୌନ୍ଦର୍ଯ୍ୟା ।
'ବିଗ୍ ବସ୍ 16'ରେ ପ୍ରତିଯୋଗୀ ଭାବରେ ନଜର ଆସୁଥିବା ୨୮ ବର୍ଷିୟ ସୌନ୍ଦର୍ଯ୍ୟା ଏବଂ ୫୨ ବର୍ଷିୟ ସାଜିଦ ଖାନଙ୍କ ମଧ୍ୟରେ ଶୋ'ରେ ଭଲ ସମ୍ପର୍କ ଥିଲା । ନିଜ ଗ୍ଲାମର ଲୁକ୍ ପାଇଁ ସୌନ୍ଦର୍ଯ୍ୟା ଲାଇମଲାଇଟରେ ରହିଥାନ୍ତି । ହେଲେ ବିଗ୍ ବସ ସରିବା ପରେ ସାଜିଦ-ସୌନ୍ଦର୍ଯ୍ୟା ପରସ୍ପରକୁ ଡେଟ୍ କରୁଥିବା ଖବରକୁ ଏବଂ ଚର୍ଚ୍ଚା ଜୋର୍ ଧରିଛି । ଏପରି ସ୍ଥିତିରେ ଅଭିନେତ୍ରୀ ଏହି ଖବରକୁ ମିଥ୍ୟା ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି ।
'ଆଇଏନ୍ଏସ୍' ଅନୁଯାୟୀ,ସୌନ୍ଦର୍ଯ୍ୟା ସାଜିଦଙ୍କ ସହ ତାଙ୍କର ଡେଟିଂ ଖବରକୁ ପ୍ରତ୍ୟାଖ୍ୟାନ କରି ଏଥିରେ ଦୁଃଖ ପ୍ରକାଶ କରିଛନ୍ତି । ସେ ସାଜିଦଙ୍କୁ ତାଙ୍କ ବଡ଼ ଭାଇ ବୋଲି ମାନନ୍ତି ବୋଲି କହିଛନ୍ତି ଅଭିନେତ୍ରୀ ସେହିପରି 'ମୋତେ ସାଜିଦଙ୍କ ସହ ଯୋଡିଥିବା ଖବର ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ନିରାଶ ହୋଇଛି। ମୁଁ ତାଙ୍କୁ ସବୁବେଳେ ଜଣେ ବନ୍ଧୁ, ପରାମର୍ଶଦାତା ଏବଂ ବଡ଼ ଭାଇ ଭାବରେ ପ୍ରଶଂସା କରିଆସୁଛି'।
ସାଜିଦ ମଧ୍ୟ ଏହି ଖବରକୁ ଖାରଜ କରିଦେଇଛନ୍ତି ଏବଂ ଖୁବ ନିନ୍ଦା କରିଛନ୍ତି । ସେ କହିଛନ୍ତି ଆମ ସମ୍ପର୍କ ଉପରେ ନଜର ରଖିବା ପରିବର୍ତ୍ତେ ଆମ ସଫଳତା ଉପରେ ଅଧିକ ଫୋକସ୍ କରିବା ଉଚିତ୍ । ସେ ସିଧା ସଳଖ କହିଛନ୍ତିଯେ ସେ ସୌନ୍ଦର୍ଯ୍ୟାଙ୍କୁ ଡେଟ୍ କରୁନାହାଁନ୍ତି ।
'ରାଞ୍ଚି ଡାଏରୀ' ଜରିଆରେ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିବା ସୌନ୍ଦର୍ଯ୍ୟା ଶର୍ମା ଖୁବ ଶୀଘ୍ର ସାଜିଦ ଖାନଙ୍କ ଫିଲ୍ମରେ ନଜର ଆସିପାରନ୍ତି । ସାଜିଦଙ୍କ ଫିଲ୍ମରେ ତାଙ୍କୁ ଏକ ଗୀତରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।












Click it and Unblock the Notifications