'ବିଗ୍ ବସ୍'ରୁ ବାହାରିବେ କି ସାଜିଦ ଖାନ !
'ବିଗ୍ ବସ୍'ରୁ ବାହାରିବେ କି ସାଜିଦ ଖାନ !
Sajid Khan Controversy: ଲୋକପ୍ରିୟ ଟିଭି ଶୋ' 'ବିଗ୍ ବସ୍'ର ୧୬ ତମ ସିଜନ୍ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛି । ଗୋଟିଏ ପଟେ ଘରେ ଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ ପଟେ ସାଜିଦ ଖାନଙ୍କ ପାଇଁ ନିର୍ମାତା ଏବଂ ସଲମାନ ଖାନଙ୍କର ଚିନ୍ତା ବଢିଯାଇଛି । ସୋସିଆଲ ମିଡିଆରେ ଏବେ ସଲମାନ ଓ ଶୋ'ନିର୍ମାତାଙ୍କୁ ସମାଲୋଚନା କରାଯାଉଛି । ଅନେକ ବିବାଦିୟ ପ୍ରଶ୍ନ ମଧ୍ୟ ପଚରା ଯାଉଛି । ସାଜିଦ ଖାନଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କର କେବଳ ଗୋଟେ ହିଁ ପ୍ରଶ୍ନ ଏତେ ଭୁଲ କରିବା ସତ୍ୱେ ଏପରି ବ୍ୟକ୍ତିଙ୍କୁ 'ବିଗ୍ ବସ୍' ପରି ଶୋ'ରେ କିପରି ସ୍ଥାନ ମିଳିଲା ।

'ବିଗ୍ ବସ୍'ରୁ ବାହାରିବେ କି ସାଜିଦ ଖାନ!
ଇଟାଇମ୍ସ'ର ରିପୋର୍ଟ ଅନୁଯାୟୀ, ସଲମାନ ଖାନ ସାଜିଦ ଖାନଙ୍କୁ ସୋ'ରୁ ବହିଷ୍କାର କରାଯାଉଥିବା ଦାବିକୁ ସ୍ୱୀକାର କରିଛନ୍ତି । ଗତ କିଛି ଦିନ ହେବ ସଲମାନ ଖାନଙ୍କ ପାଇଁ ପରିସ୍ଥିତି କଷ୍ଟସାଧ୍ୟ ହୋଇପଡିଛି । ଫରହା ଖାନଙ୍କ ସହ ସଲମାନଙ୍କର ଭଲ ସମ୍ପର୍କ ଥିବା କାରଣରୁ ସେ ଶୋ'ରେ ସାଜିଦଙ୍କୁ ନେଇଥିଲେ । ହେଲେ ସେ ଜାଣି ନଥିଲେ ଯେ, ଏହି ମାମଲାକୁ ନେଇ ଏତେ ବିବାଦ ଦେଖାଦେବ ବୋଲି । ଏଭଳି ପରିସ୍ଥିତିରେ ସଲମାନ ଖାନଙ୍କୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେବାକୁ ପଡ଼ିପାରେ । ସେହିପରି କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଖବର ପଛରେ କୌଣସି ସତ୍ୟତା ନାହିଁ । ଏହା କେବଳ ଏକ ଗୁଜବ ବୋଲି ଦାବି କରାଯାଉଛି ।












Click it and Unblock the Notifications