Sajid Khan Controversy: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ

ସାଜିଦ ଖାନଙ୍କୁ ନେଇ ଥମୁନି ବିବାଦ, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ଚଳିତ ବର୍ଷର ବିଗ୍ ବସ ପ୍ରତିଯୋଗୀ ସାଜିଦ ଖାନଙ୍କୁ ନେଇ ପ୍ରାୟ ପ୍ରତିଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ତାଙ୍କୁ ଶୋ'ରୁ କାଠିବା ପାଇଁ ଲଗାତାର ଦାବି କରାଯାଉଛି । ଏହାରି ମଧ୍ୟରେ ଆଉ ଜଣେ ଟେଲିଭିଜନ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

Sajid Khan Controversy

ଟେଲିଭିଦର ସିରିଏଲ୍ 'ଦିଆ ଔର୍ ବାତି ହମ୍‌' ଫେମ୍ କନିଷ୍କା ସୋନି ସାଜିଦ୍ ଖାନଙ୍କ ନେଇ କରିଛନ୍ତି ଚକିତ କଲା ଭଳି ଖୁଲାସା । ଏକ ସାକ୍ଷାତକାରରେ କନିଷ୍କା ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ୟତା ଦୁନିଆ ସାମ୍ନାରେ ବଖାଣିଛନ୍ତି । ସେ କହିଛନ୍ତି ଯେ' ୨୦୦୮ରେ ଏକ ଇଣ୍ଟରଭ୍ୟୁ ସମୟରେ ସାଜିଦ ଖାନ୍‌ଙ୍କ ସହ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲା । ଇଣ୍ଟରଭ୍ୟୁ ପରେ ସାଜିଦ ଖାନ ତାଙ୍କୁ ଜୁହୁ ସ୍ଥିତ ତାଙ୍କ ଘରକୁ ଡାକିଥିଲେ । ସେଠାରେ ସାଜିଦ ଖାନ ତାଙ୍କୁ କହିଥିଲେ ଯେ ତୁମ ଫିଗର ଭଲ ଅଛି, ହାଇଟ୍ ମଧ୍ୟ ଭଲ ଅଛି, ତୁମେ ଲିଡ୍ ମ୍ୟାଟେରିଆଲ୍, ମୁଁ ତୁମ ପେଟ ଦେଖିବା ପାଇଁ ଚାହୁଁଛି ।' ଯାହା ଶୁଣିବା ପରେ କନିଷ୍କା ଖୁବ ଭୟବିତ ହୋଇଯାଇଥିଲେ । ଫିଲ୍ମରେ କାମ କରିବା ପାଇଁ ତାଙ୍କୁ ଏପରି କରିବା ପାଇଁ ପଡିବ ବୋଲି ସେ କେବେ ଚିନ୍ତା ମଧ୍ୟ କରି ନଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ବିଗ୍ ବସ ପରି ଶୋ'ରେ ଲୋକ ସାଜିଦଙ୍କୁ ଯେଉଁ ସ୍ଥାନ ଦେଉଛନ୍ତି ସେଥିପାଇଁ ସେ ଯୋଗ୍ୟ ନୁହେଁ । କନିଷ୍କା ସୋନିଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହିପରି ଅଭିନେତ୍ରୀ ସର୍ଲିନ ଚୋପ୍ରା ମଧ୍ୟ ସାଜିଦଙ୍କୁ ଟାର୍ଗେଟ୍ କରିଛନ୍ତି । 2018 ରେ ମେଟୁ ବିବାଦରେ ଜଡିତ ଥାଇ ମଧ୍ୟ 'ବିଗ୍ ବସ୍' ରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ କିପରି ସ୍ଥାନ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସର୍ଲିନ ଚୋପ୍ରା ସଲମାନ ଖାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ସାଜିଦ୍ ସଲମାନଙ୍କର କୌଣସି ଭଉଣୀଙ୍କ ସହ ଏପରି ବ୍ୟବହାର କରିଥାନ୍ତେ ତେବେ କ'ଣ ତାଙ୍କୁ ସେ 'ବିଗ୍ ବସ୍' ଘରେ ସ୍ଥାନ ଦେଇଥାନ୍ତେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+