ସାଜିଦ ଖାନଙ୍କୁ ନେଇ ବିବାଦ: 'ବିଗ୍ ବସ'ରୁ ବାହାର କରିବା ପାଇଁ ମନ୍ତ୍ରୀଙ୍କୁ ଚିଠି, ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ

ସାଜିଦ ଖାନଙ୍କୁ ନେଇ ବିବାଦ: 'ବିଗ୍ ବସ'ରୁ ବାହାର କରିବା ପାଇଁ ମନ୍ତ୍ରୀଙ୍କୁ ଚିଠି, ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଟେଲିଭିଜନ ଶୋ' 'ବିଗ୍ ବସ' । ବିବାଦରେ ପ୍ରତିଯୋଗୀ ସାଜିଥିବା ଫିଲ୍ମ ନିର୍ମାତା ସାଜିଦ ଖାନ । 'ବିଗ୍ ବସ'ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ । ଯାହା ପରେ ତାଙ୍କୁ ଦୁଷ୍କର୍ମ ଧମକ ଆସିବା ଆରମ୍ଭ ହୋଇଯାଇଛି । ଏ ନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

Sajid Khan

ମିଠୁ ଅଭିଯାନ ସମୟରେ ଫିଲ୍ମ ନିର୍ମାତା ସାଜିଦ ଖାନ ବିରୋଧରେ ଏକାଧିକ ମହିଳା କାଷ୍ଟି କାଉଚ ପରି ଅଭିଯୋଗ ଆଣିଥିଲେ । ଯାହାର ଅନେକ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତାଙ୍କ ନାଁରେ ଯୌନ ନିର୍ଯ୍ୟାତନା ଭଳି ଅଭିଯୋଗ ହେବା ସତ୍ୱେ ତାଙ୍କୁ କିପରି ବିଗ ବସ ପରି ଶୋ'ରେ ସ୍ଥାନ ମିଳିଲା ସେ ନେଇ ଏବେ ଅନେକ ପ୍ରଶ୍ନ କରୁଛନ୍ତି ।

ସାଜିଦ ଖାନଙ୍କୁ ବିରୋଧ କରି ସ୍ୱାତୀ ମାଲିୱାଲ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ତାଙ୍କୁ ଶୋ'ରୁ କାଢିବା ପାଇଁ ଦାବି କରିଛନ୍ତି । ନିଜ ଚିଠିରେ ସେ ଲେଖିଛନ୍ତି ଯେ 'ସାଜିଦ ଖାନଙ୍କ ବିରୋଧରେ ୧୦ ଜଣ ମହିଳା ମିଠୁ ଅଭିଯାନ ବେଳେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ତାଙ୍କ ମାନସିକତା ବିଷୟରେ ସମସ୍ତ ଅବଗତ । ଏହା ସତ୍ୱେ ତାଙ୍କୁ ଏପରି ଏକ ବଡ ରିଆଲିଟି ଶୋ'ରେ ସ୍ଥାନ ଦିଆଯାଇଛି । ଏହା ସଂପୂର୍ଣ୍ଣ ଭୁଲ । ତାଙ୍କୁ ତୁରନ୍ତୁ ଶୋ'ରୁ ବିଦା କରାଯାଉ' । ଏପରି ଖବର ପ୍ରକାଶ ପାଇବା ପରେ ଏବେ ଇନଷ୍ଟାଗ୍ରାମରେ ସ୍ୱାତୀ ମାଲିୱାଲଙ୍କୁ ବିଭିନ୍ନ ଏକାଉଣ୍ଟରୁ ଦୁଷ୍କର୍ମ ଧମକ ଆସିବା ଆରମ୍ଭ ହୋଇଯାଇଛି । ଯାହାର ସ୍କ୍ରିନସର୍ଟ ମଧ୍ୟ ସେ ସେୟାର କରିଛନ୍ତି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ ମଧ୍ୟ କରିସାରିଛନ୍ତି ।

ସୂଚନାଥାଉ ଯେ '୨୦୧୮ରେ ମିଠୁ ଅଭିଯାନ ବେଳେ ଏକାଧିକ ମହିଳା ସାଜିଦ ଖାନଙ୍କ ବିରୋଧରେ କାଷ୍ଟିଂ କାଉଚ ଭଳି ଅଭିଯୋଗ ଆଣିଥିଲେ । ଫିଲ୍ମ ନିର୍ମାତାଙ୍କ ବିରୋଧରେ ପ୍ରାୟ ୧୦ରୁ ଅଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାଙ୍କୁ ଏକ ବର୍ଷ ପାଇଁ ନିଳମ୍ବିତ କରିଥିଲା ଆଇଏଫଟିଡିଏ । ଯେଉଁଥି ପାଇଁ ତାଙ୍କ ହାତରୁ ହାଉସ ଫୁଲ ପରି ଫିଲ୍ମର ଦାଇତ୍ୱ ମଧ୍ୟ ଛଡାଇ ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+