Sajid Khan Controversy:ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାନୀ ଚାଟାର୍ଜୀ

ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାନୀ ଚାଟାର୍ଜୀ

ମୁମ୍ବାଇ:'ବିଗ ବସ୍ ୧୬'ରେ ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ ଏଣ୍ଟ୍ରି ପରେ ବଢିଯାଇଛି ମେକର୍ସଙ୍କର ଚିନ୍ତା । ବାରମ୍ବାର ତାଙ୍କୁ ଶୋ'ରୁ ବାହର କରିବା ପାଇଁ ଦାବି କରାଯାଉଛି । ପ୍ରତିଦିନ ନୂଆ ନୂଆ ବିବାଦ ସୃଷ୍ଟି ହେଉଛି । ସୋସିଆଲ ମିଡିଆରେ ଲଗାତାର ସାଜିଦଙ୍କ ପାଇଁ ବିଗ୍ ବସ୍ ନିର୍ମାତା ଓ ସଲମାନ ଖାନଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । ସାଜିଦ ଖାନଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କର କେବଳ ଗୋଟେ ହିଁ ପ୍ରଶ୍ନ ଏତେ ଭୁଲ କରିବା ସତ୍ୱେ ଏପରି ବ୍ୟକ୍ତିଙ୍କୁ 'ବିଗ୍ ବସ୍' ପରି ଶୋ'ରେ କିପରି ସ୍ଥାନ ମିଳିଲା ।

sjid khana

ଶର୍ଲିନ ଚୋପ୍ରାଙ୍କଠୁ ନେଇ ଉର୍ଫି ଜାଭେଦ, ମନ୍ଦାନା କରିମି, ସଲୋନି ଚୋପ୍ରା ଏବଂ କନିଷ୍କା ସୋନିଙ୍କ ପରି ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏପରିକି ଶର୍ଲିନ ଚୋପ୍ରା 'ବିଗ୍ ବସ୍' ମେକର୍ସଙ୍କୁ ଲିଗାଲ ନୋଟିସ୍ ମଧ୍ୟ ପଠାଇଛନ୍ତି ଏନେଇ ଅଭିନେତ୍ରୀ ନିଜେ ହିଁ ସୂଚନା ଦେଇଛନ୍ତି । ଏବେ ଆଉ ଜଣେ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ପରିଚିତ ଅଭିନେତ୍ରୀ ରାନୀ ଚାଟାର୍ଜୀ । ରାନୀ ଚାଟାର୍ଜୀ ଏକ ସାକ୍ଷାକାରରେ ସାଜିଦଙ୍କୁ ନିନ୍ଦା କରି କହିଛନ୍ତି ଯେ 'ଫିଲ୍ମ ନିର୍ମାତା ସାଜିଦ ଖାନ ଥରେ ତାଙ୍କୁ ଘରକୁ ଡାକିଥିଲେ ଏବଂ ମନ୍ଦ ଉଦ୍ଦେଶ୍ୟରେ ତାଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ' । ସାଜିଦଙ୍କୁ 'ବିଗ୍ ବସ୍' ଶୋ'ରେ ଦେଖି ଖୁବ ରାଗ ଲାଗୁଛି । ତାଙ୍କ ପରି ବ୍ୟକ୍ତିଙ୍କୁ କିପରି ଏତେ ବଡ ଶୋ'ରେ ସ୍ଥାନ ମିଳିଛି ବୋଲି ପ୍ରଶ୍ନ କରିଛନ୍ତି ରାନୀ ।

ଅଭିନେତ୍ରୀ ରାନୀ ୨୦୧୩ରେ ଫିଲ୍ମ 'ହିମ୍ମତଓ୍ଵାଲା'ସମୟରେ କଥା ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ' ମୁଁ ନିର୍ମାତା ସାଜିଦ ଖାନଙ୍କୁ ଭେଟିବା ପାଇଁ ତାଙ୍କ ଜୁହୁ ସ୍ଥିତ ଘରକୁ ଯାଇଥିଲି । ସେ ଘରେ ଏକା ଥିଲେ। ଏହି ସମୟରେ ସାଜିଦ ତାଙ୍କୁ ଧୋଖା-ଧୋଖା ଆଇଟମ୍ ସଙ୍ଗରେ ସୁଯୋଗ ଦିଆଯିବ ବୋଲି କହିଥିଲେ । ଯେଉଁଥିରେ ତୁମକୁ ଏକ ଲେହଙ୍ଗା ପିନ୍ଧିବାକୁ ପଡିବ। ଏହା ପରେ ସେ ମୋତେ ମୋ ଗୋଡ ଦେଖାଇବାକୁ କହିଥିଲେ। ମୋର କିଏ ବୟ ଫ୍ରେଣ୍ଡ ଅଛନ୍ତି କି ନାହିଁ ? ପରି ଅନେକ ପ୍ରଶ୍ନ ପଚାରିଥିଲେ ।'ଏପରି କଥା ଶୁଣି ମୁଁ ଖୁବ ଆଶ୍ଚର୍ଯ୍ୟ ଓ ଭୟବିତ ହୋଇଯାଇଥିଲି । ସେ ମୋତେ ମନ୍ଦ ଉଦ୍ଦେଶ୍ୟରେ ଛୁଇଁବାକୁ ଚେଷ୍ଟା କରିଥିଲେ । ଯାହା ପରେ ମୁଁ ତୁରନ୍ତୁ ସେହି ସ୍ଥାନରୁ ପଳାଇ ଆସିଥିଲି' । ଅଭିନେତ୍ରୀଙ୍କର ଏପରି କଥା ଶୁଣି ପୁଣି ସାଜିଦଙ୍କୁ 'ବିଗ୍ ବସ'ଘରୁ ବାହାର କରିବା ପାଇଁ ଦାବି ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+