ମାତ୍ର ୧୦ ଦିନରେ ୨୪୭.୨୫ କୋଟି ଟଙ୍କା ଆୟ କଲା ସୈୟାରା

ମାତ୍ର ୧୦ ଦିନରେ ଭାରତରେ ୨୪୭.୨୫ କୋଟି ଟଙ୍କା କ୍ଲବରେ ପ୍ରବେଶ କରିଛି ସୈୟାରା ଫିଲ୍ମ। ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି 'ସୈୟାରା'। ଫିଲ୍ମର ବଜେଟ ୬୦କୋଟି ଥିବା ବେଳେ ଏବେ ଫିଲ୍ମ ୨୪୭କୋଟିରୁ ଅଧିକ ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି।

ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ଲେ ଆହାନ। ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସୁଛି।

Saiyaara

ଏହି ଫିଲ୍ମଟି ରବିବାର ୩୦କୋଟି ଆୟ କରିଥିବା ଜଣାଯାଇଛି। ଫିଲ୍ମର ଗୀତ ଓ ଯୁବପିଢ଼ିଙ୍କ ମଧ୍ୟରେ ଫିଲ୍ମକୁ ନେଇ ଥିବା କ୍ରେଜ୍ ଫିଲ୍ମକୁ ସଫଳ କରିଥିବା କୁହାଯାଉଛି। ଅକ୍ଷୟ କୁମାରଙ୍କ କେଶରୀ ୨ର ଘରୋଇ ବକ୍ସ ଅଫିସ ସଂଗ୍ରହକୁ ପଛରେ ପକାଇସାରିଛି 'ସୈୟାରା'। ଏହା ଆଲିଆ ଭଟ୍ଟ ଏବଂ ବରୁଣ ଧୱନଙ୍କ ପ୍ରଥମ ଚଳଚ୍ଚିତ୍ର 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର' (୭୦କୋଟି), ଜାହ୍ନବୀ କପୁରଙ୍କ 'ଧଡ଼କ' (୭୩କୋଟି)କୁ ପଛରେ ପକାଇଥିବା 'ସୈୟାରା' ଖୁବଶୀଘ୍ର କବୀର ସିଂହ(୩୭୭କୋଟି)ର ମୋଟ ସଂଗ୍ରହକୁ ପଛରେ ପକାଇବ ବୋଲି କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+