Get Updates
Get notified of breaking news, exclusive insights, and must-see stories!

ଦିଲୀପ କୁମାରଙ୍କ ହେହାନ୍ତ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସାଏରା ବାନୋ

ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତ୍ରୀ ସାଏରା ବାନୋଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଭେଟେରାନ ଅଭିନେତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ନୂଆଦିଲ୍ଲୀ: ପ୍ରସିଦ୍ଧ ହିନ୍ଦୀ ସିନେମା ଅଭିନେତ୍ରୀ ସାଏରା ବାନୋଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଭେଟେରାନ ଅଭିନେତ୍ରୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାଏରା ବାନୋ ହିନ୍ଦୀ ସିନେମାର ଟ୍ରାଜେଡି ଦିଲୀପ କୁମାରଙ୍କ ପତ୍ନୀ। ଚଳିତ ବର୍ଷ ଜୁଲାଇରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଥିଲା।

Saira Banu

ସମ୍ବାଦ ଏଜେନ୍ସି ANI ର ଖବର ଅନୁଯାୟୀ ଦିଲୀପ କୁମାରଙ୍କ ମୃତ୍ୟୁ ପରଠାରୁ ସାଏରା ବାନୋଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି। ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ଦେଖା ନଯିବାରୁ ସେ ୧ ସେପ୍ଟେମ୍ବରରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିମ୍ନ ରକ୍ତଚାପ ଏବଂ ଅମ୍ଳଜାନ ସ୍ତର କମ ହେବା ଯୋଗୁଁ ସାଏରା ବାନୋଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଅନ୍ୟପକ୍ଷରେ, ସାଏରା ବାନୋଙ୍କ ସ୍ୱାସ୍ଥ୍ୟ ଜଣା ପଡିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦିଲୀପ କୁମାରଙ୍କ 7 ଜୁଲାଇରେ ଦେହାନ୍ତ ହୋଇଛି। ତାଙ୍କୁ 98 ବର୍ଷ ବୟସ ହୋଇଥିଲା। ଦେହାନ୍ତ ହେବା ପରେ ସାଏରା ବାନୋ ଭାବପ୍ରବଣ ହୋଇ ଭାଙ୍ଗି ପଡିଛନ୍ତି। ଦିଲୀପ କୁମାରଙ୍କ ମୃତ୍ୟୁ ପରେ ସାଏରା ବାନୋ କହିଥିଲେ ଯେ ବଞ୍ଚିବାର କାରଣ ତାଙ୍କଠାରୁ ଦୂରେଇ ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+