ବେବୋଙ୍କ ପାଇଁ ରୋଷେୟା ସାଜିଲେ ସୈଫ୍
SAIF ALIA KHAN TURNS CHEFବେବୋଙ୍କ ପାଇଁ ରୋଷେୟା ସାଜିଲେ ସୈଫ୍
ମୁମ୍ବାଇ: ବେବୋଙ୍କ ପାଇଁ ନବାବ ସୈଫ୍ ସାଜିଲେ ରୋଷେୟା ।ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ । ତେବେ କରିନା ନିଜ ପରିବାର ସହ ଇଂଲଣ୍ଡରେ ଛୁଟି କାଟୁଛନ୍ତି । କରୀନା ଏବଂ ସୈଫ ରବିବାର କିଛି ବନ୍ଧୁଙ୍କ ସହ କ୍ୟାଲିଟି ଟାଇମ୍ ସ୍ପେଣ୍ତ କରିଥିଲେ । କରୀନା ତାଙ୍କ ପୁଅ ଜେଙ୍କ ସହ ମସ୍ତି କରୁଥିବା ବେଳେ ସୈଫ୍ ଅଲି ଖାନ ରୋଷେଇ ଘରେ ପ୍ରସ୍ତୁତ କରୁଥିଲେ ଖାଦ୍ୟ ।
କରୀନାଙ୍କ ବନ୍ଧୁ ଆଲେକ୍ସଜାଣ୍ଡାର୍ ଗଲିଗାନ୍ ତାଙ୍କ ସୋସିଆଲ୍ ମିଡିଆରେ ସୈଫ ଏବଂ କରୀନାଙ୍କ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ଦୁଇ ଷ୍ଟାର ଖୁବ ଖୁସିରେ ଇଂଲଣ୍ଡରେ ସମୟ ବିତାଉଛନ୍ତି ।ଏହି ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସୈଫଙ୍କର ଏହି ଅବତାର ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି ।ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ସୈଫ୍ ଖାଦ୍ୟ ଖାଇବା ସହ ଭଲ ରୋଷେଇ ମଧ୍ୟ କରିପାରନ୍ତି ।













Click it and Unblock the Notifications