ସୈଫଙ୍କର ଏହି ଖାସ୍ ଗୁଣ ପାଇଁ ମନ ଦେଇବସିଥିଲେ କରୀନା

ସୈଫଙ୍କର ଏହି ଖାସ୍ ଗୁଣ ପାଇଁ ମନ ଦେଇବସିଥିଲେ କରୀନା

ମୁମ୍ବାଇ: କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ବଲିଉଡର ଆଇଡଲ୍ କପଲଙ୍କ ମଧ୍ୟରୁ ଜଣେ । ବିବାହ ପୂର୍ବରୁ ଏହି ଦମ୍ପତି ପରସ୍ପରକୁ ୫ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ବିବାହର ଅନେକ ବର୍ଷ ବିତିଗଲାଣି ସତ ହେଲେ ଉଭୟଙ୍କ ମଧ୍ୟରେ ଟିକେ ବି କମ୍ ହୋଇ ନାହିଁ ଭଲ ପାଇବା । ଆଜିବି ଉଭୟଙ୍କର ପ୍ରେମର ଉଦାହରଣ ଅନେକ ଦିଅନ୍ତି । କରୀନା ଏବଂ ସୈଫଙ୍କ ପ୍ରେମ କାହାଣୀ, ଫିଲ୍ମ 'ଟଶନ'ର ସେଟରୁ ଆରମ୍ଭ ହୋଇଥିଲା ।

ସୁଟିଂ ପରେ ଉଭୟ ଏକାଠି ସମୟ ବିତାଉଥିବାର ଦେଖିବା ପାଇଁ ମିଳିଥିଲା । ଖାସ୍ କଥା ହେଲା ଯେତେବେଳେ ଅଭିନେତା ସୈଫ୍ ଅଲ୍ଲୀ ଖାନ ନିଜ ହାତରେ କରୀନାଙ୍କ ନାଁର ଟାଟୁ ବନାଇଥିଲେ ସେତେବେଳେ ସବୁଆଡେ ଚର୍ଚ୍ଚା ଜୋର ଧରିଥିଲା । ୫ ବର୍ଷ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୈଫଙ୍କ ଏଥିପାଇଁ ପସନ୍ଦ କରନ୍ତି କରୀନା

କରୀନା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ସୈଫଙ୍କ କଥାବାର୍ତ୍ତା ଶୈଳୀକୁ ପସନ୍ଦ କରନ୍ତି। ଅଭିନେତାଙ୍କ କଥା ହିଁ ତାଙ୍କୁ ଆଟ୍ରାକ୍ଟ କରିଥିଲା । ସେହିପରି ଅଭିନେତ୍ରୀ ଏହା ମଧ୍ୟ କହିଥିଲେ ଯେ, ସୈଫ କୌଣସି ବିଷୟରେ ଅଧିକ ଚାପ ପକାନ୍ତି ନାହିଁ ଏବଂ ସେ ମଧ୍ୟ କୌଣସି କଥାକୁ ନେଇ ଅଧିକ ଚିନ୍ତାରେ ରୁହନ୍ତି ନାହିଁ । ସେ ଖୁସିରେ ରହିବା ପାଇଁ ପସନ୍ଦ କରନ୍ତି । ଖାସ୍ ସେଥି ପାଇଁ କରୀନା ସୈଫଙ୍କୁ ଭଲପାଇ ବସିଥିଲେ ।

 Saif Ali Khan
ସୈଫ ଅମୃତାଙ୍କୁ ଏକ ନୋଟ୍ ଲେଖିଥିଲେ
ସୈଫ ଅଲ୍ଲୀ ଖାନ ଏବଂ କରୀନା ପରସ୍ପର ସହ ବେଶ୍ ଭଲ ବଣ୍ତିଂ ସେୟାର କରନ୍ତି । ଯେତେବେଳେ ସୈଫ୍ କରୀନାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ସେତେବେଳେ ସେ ଅମୃତାଙ୍କୁ ନେଇ ଚିନ୍ତିତ ଥିଲେ । ଏକ ନୂତନ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ପୂର୍ବ ପତ୍ନୀ ଅମୃତାଙ୍କ ପାଇଁ ଏକ ନୋଟ୍ ଲେଖିଥିଲେ, ଯାହାକୁ ସେ କରୀନାଙ୍କୁ ମଧ୍ୟ ଦେଖାଇଥିଲେ । ଖାସ କାଥ ହେଲା ଯେ କରୀନା-ସୈଫଙ୍କ ବିବାହକୁ ୧୦ ବର୍ଷରୁ ଅଧିକ ସମୟ ବିତି ଗଲାଣି ହେଲେ ଆଜିବି ଉଭୟଙ୍କ ମଧ୍ୟରେ ଖୁବ ସୁନ୍ଦର ସମ୍ପର୍କ ରହିଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+