ପୁଅ ନାଁ ରାମ ରଖିପାରିବି ନାହିଁ: ସୈଫ୍ ଅଲ୍ଲୀ ଖାନ

ପୁଅର ନାଁ ରାମ ରଖିପାରିବି ନାହିଁ: ସୈଫ୍ ଅଲ୍ଲୀ ଖାନ, ଟ୍ରେଣ୍ତ କରୁଛି 'Boycott Vikram Vedha'

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଅଭିନେତା ସୈଫ୍ ଅଲ୍ଲୀ ଖାନ । ଖୁବ ଶୀଘ୍ର ତାଙ୍କ ଫିଲ୍ମ 'ବିକ୍ରମ ବେଧା'' ରିଲିଜ୍ ହେବା ପାଇଁ ଯାଉଛି । ଏହାରି ମଧ୍ୟରେ ସୈଫ୍ ଅଲ୍ଲୀ ଖାନଙ୍କର ପୂରୁଣା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିନେତା କହୁଛନ୍ତି ଯେ 'ମୁଁ ମୋ ପୁଅର ନା ରାମ ରଖିପାରିବି ନାହିଁ' । ଏହି ଥ୍ରୋବ୍ୟାକ୍ ଭିଡିଓ ଯୋଗୁଁ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବିକ୍ରମ ବେଧା'କୁ ସୋଶାଲ ମିଡିଆରେ ବୟକଟ୍ କରିବା ପାଇଁ ଦାବି କରାଯାଉଛି । 'Boycott Vikram Vedha' ଲଗାତାର ଟ୍ରେଣ୍ତ କରୁଛି ।

Vikram Vedha


ସୈଫ୍ ଅଲ୍ଲୀ ଖାନ ହେଲେ ଟ୍ରୋଲ
ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ସୈଫ୍ କହୁଛନ୍ତି ଯେ 'ମୁଁ ପ୍ରକୃତରେ ମୋ ପୁଅର ନାଁ ରାମ ରଖିପାରିବି ନାହିଁ । ତେବେ କାହିଁକି ନା ଏକ ମୁସଲମାନ ନା ରଖିବି, ଯାହାକୁ ଧର୍ମନିରପେକ୍ଷ ମୂଲ୍ୟ ସହିତ ଆଣିବା ଉଚିତ୍ । ହେଲେ ଆମର ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ଅଛି । ସେହିପରି ଭିଡିଓରେ ଆପଣ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ମଧ୍ୟ ଦେଖିପାରୁଥିବେ ସେ ମଧ୍ୟ ନିଜ ପୁଅ ତୈମୁରଙ୍କ ନାଁ ନେଇ ମୁଗଲମାନଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହି ପୁରୁଣା ବିବୃତ୍ତି ପାଇଁ ବର୍ତ୍ତମାନ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି ।

ଆସନ୍ତାକାଲି ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ 'ବିକ୍ରମ ବେଧା' । ତେବେ ଫିଲ୍ମ ରିଲିଜ ପୂର୍ବରୁ ହିଁ ଆରମ୍ଭ ହୋଇଗଲାଣି ବୟକଟ୍‌ ଟ୍ରେଣ୍ଡ । ସୋଶାଲ ମିଡିଆରେ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସୈଫ ଅଲି ଖାନ୍‌ଙ୍କ ଏହି ପୁରୁଣା ଭିଡିଓ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମରେ ସୈଫ ଅଲି ଖାନ୍‌ ଓ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ୨୦୧୭ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ 'ବିକ୍ରମ ବେଧା'ର ରିମେକ୍‌ । ଏହି ଚଳଚ୍ଚିତ୍ରକୁ ପୁଷ୍କର ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+