୬ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୈଫ୍ ଅଲ୍ଲି ଖାନ
Saif Ali Khan:୫ ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ସୈଫ୍ ଅଲ୍ଲି ଖାନ । ଆହତ ହେବାର ୬ଦିନ ପରେ ଆଜି ଡାକ୍ତର ତାଙ୍କୁ ଘରକୁ ଫେରିବାର ଅନୁମତି ଦେଇଛନ୍ତି । ସୈଫ୍ ହସ୍ପିଟାଲରୁ ତାଙ୍କ ପୁରୁଣା ଘର ଫର୍ଚୁନ୍ ହାଇଟ୍ସକୁ ସ୍ଥାନାନ୍ତରିତ ହୋଇଛନ୍ତି।ସୁରକ୍ଷାକୁ ଦୃଷ୍ଟିରେ ରଖି, ଅଭିନେତାଙ୍କ ଘର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଗଣମାଧ୍ୟମ ଏବଂ ପାପାରାଜିଙ୍କ ବିଶାଳ ଭିଡ଼କୁ ଦୃଷ୍ଟିରେ ରଖି, ତାଙ୍କ ଘର ଚାରିପାଖରେ ବ୍ୟାରିକେଡ୍ ଲଗାଇଛି। ସୈଫ ଅଲ୍ଲି ଖାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବାର ଭିଡିଓ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଭିନେତା ଧଳା ସାର୍ଟ, ନୀଳ ଜିନ୍ସ ଏବଂ ସନଗ୍ଲାସ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଅଭିନେତା ହାତ ଉଠାଇ ପାପାରାଜିଙ୍କୁ ନମସ୍କାର କରୁଥିବାର ଦେଖିବା ପାଇଁ ମିଳୁଛି ।

କରୀନା କପୁର ଆଜି ଡିସଚାର୍ଜ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। କାଗଜପତ୍ର କାମ ସମାପ୍ତ କରିବା ପରେ, ସୈଫ୍ ଘରକୁ ଫେରିଛନ୍ତି । ଏହି ଘଟଣା ପରେ ସୈଫ ଅଲ୍ଲୀ ଖାନଙ୍କ ଘରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତାଙ୍କ ଘରେ ଅତିରିକ୍ତ ସିସି କ୍ୟାମେରା ଲଗାଯାଉଛି।
ସୈଫ୍ ଅଲ୍ଲୀ ଖାନଙ୍କ ଅସ୍ତ୍ରୋପଚାର ଏବଂ ଚିକିତ୍ସା କରିଥିବା ୪ ଜଣିଆ ଡାକ୍ତରଙ୍କ ଦଳ କହିଛନ୍ତି ଯେ ସୈଫ୍ ଚାଲିପାରୁଛନ୍ତି। ସେ କଥା କହିପାରୁଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଗୋଟିଏ ମାସ ଲାଗିବ। ସୈଫଙ୍କର ସର୍ଜରୀ ଏବଂ କସମେଟିକ୍ ସର୍ଜରୀରେ ମଧ୍ୟ କରାଯାଇଛି ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications