୫୦ ଘଣ୍ଟା ପରେ ବି ଧରା ପଡୁନାହିଁ ଅପରାଧି !

Saif Ali Khan Attack: ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ରେ ପୋଲିସ 40 ରୁ 50 ଜଣଙ୍କୁ ପଚରାଉଚରା କରିସାରିଛି। ସେହିପରି ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚର 35ଟି ଦଳ ଅଭିଯୁକ୍ତଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ତେବେ ଦାବି କରାଯାଉଛି ପ୍ରକୃତରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ସାରିଛି ।

ସୈଫ୍ ଅଲ୍ଲି ଖାନଙ୍କ ଉପରେ ଆକ୍ରମଣକୁ ଏହାରି ମଧ୍ୟରେ 55 ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଧରା ପଡି ନାହିଁ । ବର୍ତ୍ତମାନ ଦାବି କରାଯାଉଛି ଯେ, ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ସାରିଛି । ଅଭିଯୁକ୍ତର ଏକ ନୂତନ ଫଟୋ ସାମ୍ନାକୁ ଆସିଛି ଯାହା ଅଭିଯୁକ୍ତର ମୁହଁ ସହ ମିଶୁଛି । ହେଲେ ପୋଲିସ ତାକୁ ଅଭିଯୁକ୍ତ ଭାବରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହିଁ। କିନ୍ତୁ ଫଟୋ ଆଧାରରେ କୁହାଯାଉଛି ଯେ ଏହି ବ୍ୟକ୍ତି ଜଣକ ଗୁରୁବାର ଭୋର ସମୟରେ ସୈଫ ଅଲ୍ଲୀ ଖାନଙ୍କ ଘରେ ପସି ଛୁରୀରେ ଆକ୍ରମଣ କରିଥିଲେ।

Saif Ali Khan Attack

ପୋଲିସ ସୈଫଙ୍କ ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରିଛି। ଏହି ବ୍ୟକ୍ତି ଡିସେମ୍ବର 11 ​​ତାରିଖରେ ମୁମ୍ବାଇର ପୂର୍ବ ଉପନଗରରେ ସମାନ ଅପରାଧ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ ଧରାପଡ଼ିଥିଲେ କିନ୍ତୁ ଲୋକମାନେ ତାଙ୍କୁ ମାନସିକ ରୋଗୀ ଭାବି ଛାଡି ଦେଇଥିଲେ । ତେବେ କୁହାଯାଉଛି ଯେ, ଯେତେବେଳେ ଅଭିଯୁକ୍ତ ଧରାପଡ଼େ, ସେ ନିଜକୁ ଡେଲିଭରି ବୟ ବୋଲି କହିଥାଏ। ତେବେ ନୂଆ ଫଟୋ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+