ଅଭିନେତା ସୈଫଙ୍କ ସ୍ପାଇନରୁ ବାହାରିଲା ୨.୫ ଇଞ୍ଚର ଛୁରି, ଏବେ ICU'ରେ ଚିକିତ୍ସାଧୀନ
Saif Ali Khan Attack: ଅଭିନେତା ସୈଫ୍ ଅଲ୍ଲି ଖାନଙ୍କୁ ଛୁରାମାଡ଼ ଘଟଣା । ଶେଷ ହେଲା ଅଭିନେତାଙ୍କ ସର୍ଜରୀ, ଆସିଲା ଡାକ୍ତରଙ୍କ ପ୍ରତିକ୍ରିୟା କହିଲେ, ସୈଫ୍ ଅଲ୍ଲୀ ଖାନଙ୍କ ସର୍ଜରୀ ଭଲ ଭାବରେ ଶେଷ ହୋଇଛି । ଅଭିନେତାଙ୍କର ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରାଯାଇଛି । ବର୍ତ୍ତମାନା ତାଙ୍କୁ ଅପରେସନ ଥିଏଟରରୁ ICUକୁ ସିଫ୍ଟ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ।

ଡାକ୍ତରଙ୍କ ସୂଚନା ଅନୁସାରେ, ଏହି ଆକ୍ରମଣରେ ଅଭିନେତାଙ୍କ ସ୍ପାଇନ ପାଖରେ ପ୍ରାୟ ୨.୫ ଇଞ୍ଚର ଛୁରି ରହି ଯାଇଥିଲା ଯାହା କଢାଯାଇଛି । ବେକ୍, ସ୍ପାଇନାଲ୍ କର୍ଡରେ ଗଭୀଗ ଆଘାତ ଲାଗିଥିଲା । ବର୍ତ୍ତମାନ ସୈଫ ବିପଦମୁକ୍ତ ଅଛନ୍ତି, ଏହା ଆଇସିୟୁରେ ଚିକିତ୍ସା ଜାରି ରହିଛି ।












Click it and Unblock the Notifications