Get Updates
Get notified of breaking news, exclusive insights, and must-see stories!

ବାସଭବନରୁ ମଲାୟଲୀ ମଡେଲଙ୍କ ମୃତଦେହ ଉଦ୍ଧାର

କେରଳର 21 ବର୍ଷୀୟା ମଡେଲ୍‌ ତଥା ଅଭିନେତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। । ଅଭିନେତ୍ରୀ ଜଣକ ଶାହାନା ବୋଲି ଜଣା ପଡିଛି ।

ଥିରୁଅନନ୍ତପୁରମ: କେରଳର 21 ବର୍ଷୀୟା ମଡେଲ୍‌ ତଥା ଅଭିନେତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। । ଅଭିନେତ୍ରୀ ଜଣକ ଶାହାନା ବୋଲି ଜଣା ପଡିଛି । ଜେରା ପାଇଁ ଶାହାନାଙ୍କ ସ୍ବାମୀ ସାଜ୍ଜାଦଙ୍କୁ ହାଜତକୁ ନିଆଯାଇଛି।

Sahana

ସୂଚନା ଅନୁସାରେ, କୋଝିକୋଡ଼ ନଗରୀଠାରୁ 14 କିଲୋମିଟର୍‌ ଦୂର ପରମବିଲ ବଜାରରେ ଥିବା ଶାହାନାଙ୍କ ବାସଭବନରେ ଥିବା ଝରକା ରେଲିଙ୍ଗ୍‌ରେ ତାଙ୍କୁ ଫାଶୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଭଳି ରହସ୍ୟମୟ ମୃତ୍ୟୁ ଘଟଣା ସନ୍ଦେହ ସୃଷ୍ଟି କରିଛି।

sahana

ଶାହାନାଙ୍କ ମାଆ ଉବେମାଙ୍କ କହିବା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଶାହାନାଙ୍କ ସହ ସେ କଥା ହୋଇଛଥିଲେ । ସେଦିନ ତାଙ୍କ ଜନ୍ମଦିନ ଥିଲା ତେଣୁ ଜନ୍ମଦିନ ପାଳିବାକୁ ଘରକୁ ଯିବା ନେଇ ମଧ୍ୟ କହିଥିଲେ ଶାହାନା । କିନ୍ତୁ ସେ ଜୀବନ ହାରିବା କଥା ସହଜରେ ଗ୍ରହଣ କରିହେଉ ନାହିଁ । ସ୍ବାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମାଆ ଉବେମା ।

ଗୋଟିଏ ବିଜ୍ଞାପନରୁ ପାଇଥିବା ଚେକ ନଦେଲେ ସ୍ବାମୀ ଶାହାନାଙ୍କୁ ମାରିଦେବେ ବୋଲି ଧମକ ଦେଇଥିବା କହିଲେ ଶାହାନାଙ୍କ ମାଆ। ବିବାହ ପରେ ଶାହାନା ମଡେଲିଂ କରିବା ସହିତ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଶାହାନାଙ୍କ ରୋଜଗାର ଧିରେ ଧିରେ ବଢିବା ପରେ ସାଜ୍ଜାଦ୍‌ ପୂର୍ବରୁ କତାରରୁ କାମ ଛାଡ଼ି ଭାରତ ଚାଲି ଆସିଥିଲା। ଘରକୁ ଫେରିବା ପରେ ଶାହାନା ଉପାର୍ଜିତ ଅର୍ଥର ଅଯଥା ଖର୍ଚ୍ଚ କରିଥିଲେ । ତେବେ ଟଙ୍କାକୁ ନେଇ କିଛି କହଳ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+