ଜନ୍ମ ଜନ୍ମର ସାଥୀ ହେଲେ ସବ୍ୟର୍ଚ୍ଚିତା
ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ ବନ୍ଧରେ ବାନ୍ଧିହେଲେ ଓଲିଉଡର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା । ଆଜି (ସୋମବାର) ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।
ଭୁବନେଶ୍ୱର : ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ ବନ୍ଧରେ ବାନ୍ଧିହେଲେ ଓଲିଉଡର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା । ଆଜି (ସୋମବାର) ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଏନେଇ ସବ୍ୟସାଚୀ ସୋଶାଲ୍ ମିଡ଼ିଆରେ ସୂଚନା ଦେଇଥିଲେ । ଏହା ପୂର୍ବରୁ ସବ୍ୟ-ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଥିଲା । ବାହାଘର ସମ୍ପର୍କରେ ଦୁଇଜଣ ସେଲିବ୍ରିଟି ସୋଶାଲ୍ ମିଡ଼ିଆରେ ପୋଷ୍ଟ କରିବା ସହ ସମସ୍ତଙ୍କର ଆଶୀର୍ବାଦ ଲୋଡ଼ିଥିଲେ ।
ଅଭିନେତା ସବ୍ୟସାଚୀ ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ । ଆସନ୍ତାକାଲି ଆମର ବାହାଘର । ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ🙏 - ସବ୍ୟଅର୍ଚ୍ଚିତା '
ଏନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ସମ୍ପର୍କକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । 2013 ମସିହାରେ ସବ୍ୟସାଚୀଙ୍କ ଛାଡ଼ପତ୍ର ପରେ ଏହି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏହାକୁ ଦୁଇଜଣ ଖଣ୍ଡନ କରି ଆସୁଥିଲେ ।