ସବାଙ୍କର ଫଟୋ ଉଠାଇଲେ ହ୍ରିତିକ୍
ପ୍ୟାରିସ୍ରେ ଏକାଠି ନଜର ଆସିଲେ ସବାଙ୍କ-ହ୍ରିତିକ୍ ।
ମୁମ୍ବାଇ:ପୁଣି ଚର୍ଚ୍ଚାରେ ହ୍ରିତିକ ରୋଶନ-ସବା । ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବା ପାଇଁ ପସନ୍ଦ କରୁଥିବା ହ୍ରିତିକଙ୍କୁ ନେଇ ଚର୍ଚ୍ଚା କିନ୍ତୁ ଲାଗିରହିଥାଏ ।ଅଭିନେତା ହ୍ରିତିକ୍ ରୋଶନ ନିଜ ଫିଲ୍ମ ଅପେକ୍ଷା ପରସନାଲ ଲାଇଫ ପାଇଁ ସବୁ ବେଳେ ଲାଇମଲାଇଟରେ ରହିଥାନ୍ତି ।ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ହ୍ରିତିକ ଅନେକ ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି । ହ୍ରିତିକ୍ ସବାଙ୍କର ତାଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । ହେଲେ ଅନେକ ସମୟରେ ଉଭୟଙ୍କୁ ଏକାଠି କ୍ୟାମେରା ଆଗରେ ଦେଖିବାକୁ ମିଳେ । ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ନିକଟରେ ହ୍ରିତିକ ରୋଶନଙ୍କ ରୁମର ଗର୍ଲଫ୍ରେଣ୍ଡ୍ ସବା ଆଜାଦ ସୋସିଆଲ ମିଡିଆରେ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।
ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ସବା ଆଜାଦ ନିକଟରେ ନିଜର ଏକ ଫଟୋ ସେୟାର କରିଥିଲେ।
ଯେଉଁଥିରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ହେଲେ ଚର୍ଚ୍ଚା ତ କ୍ୟାପସନକୁ ନେଇ ହେଉଥିଲା। ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ହ୍ରିତିକ ରୋଶନ ତାଙ୍କ ଫଟୋ ଉଠାଇଛନ୍ତି। ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ ଶିଘ୍ର ହ୍ରିତିକ୍ ସୈଫ୍ ଅଲି ଖାନଙ୍କ ବିପକ୍ଷରେ 'ବିକ୍ରମ ବେଧା'ରେ ନଜର ଆସିବେ ।
ଏହା ବ୍ୟତୀତ ସେ ଦୀପିକାଙ୍କ ସହ 'ଫାଇଟର'ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିବେ ।












Click it and Unblock the Notifications